ବ୍ରହ୍ମପୁର,୦୨/୧୧(ପିପିଟି):ସିପିଆଇ(ଏମ ) ର ପୂର୍ବତନ ରାଜ୍ୟ କମିଟି ସଭ୍ୟ, ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ସମ୍ପାଦକ, ଜିଲ୍ଲା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ସିଆଇଟିୟୁ ର ପୂର୍ବତନ ରାଜ୍ୟ ଉପସଭାପତି କମ୍ରେଡ କାଳୁ ପଣ୍ଡା ଆମ ଗହଣରେ ଆଉ ନାହାଁନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ AIIMS ଭୁବନେଶ୍ୱର ରେ ମୃତ୍ୟୁ ବରଣ କରିଛନ୍ତି ।ତାଙ୍କ ବିୟୋଗରେ ପାର୍ଟିଜିଲ୍ଲା କମିଟି ପକ୍ଷରୁ ସହୀଦ ଲକ୍ଷ୍ମଣ କମୁନିଟି ହଲ ଠାରେ ତାଙ୍କର ଶେଷ ଦର୍ଶନ ଓ ସଂମାନ ଦେବା ପାଈଁ ମର ଶରୀରକୁ କିଛି ସମୟ ପାଇଁ ରଖାଯାଇଥିଲା । ପ୍ରୟାତ ସାଥୀଙ୍କୁ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଜିଲ୍ଲାରୁ ଶତାଧିକ ବାମ ପନ୍ଥୀ ନେତା ଓ କର୍ମୀ ଉପସ୍ଥିତ ଥିଲେ.ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସିପିଆଇର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ମହାପାତ୍ର, ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା, ବୟୋଜ୍ୟେଷ୍ଟ ବାମପନ୍ଥୀ ନେତା ଦଣ୍ଡପାଣି ମହାନ୍ତି ପ୍ରମୁଖ ଯୋଗ ଦେଇ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜଣାଇଥିଲ ।