ଶ୍ରମଜୀବୀ ମଣିଷଙ୍କ ଲଢୁଆ ସାଥୀ ଶିବରାମଙ୍କ ସ୍ମୃତି ସଭା ।

0 350

ଭୂବନେଶ୍ବର,ତା ୦୪/୦୯(ପିପିଟି); ବସ୍ତି ସୁରକ୍ଷା ମଞ୍ଚ ଓ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋଙ୍କ ଅଧ୍ୟକ୍ଷତାରେ କମ୍ରେଡ ଶିବରାମଙ୍କ ସ୍ମୃତି ସଭା ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଟିୟୁସିଆଇର ସର୍ବ ଭାରତୀୟ ସାଧାରଣ ସଂପାଦକ କମ୍ରେଡ଼ ସଞ୍ଜୟ ସିଙ୍ଗଭି ପ୍ରକାଶ କଲେ ଯେ ଶିବରାମଙ୍କ ଜୀବନ କାର୍ଯ୍ୟରୁ ଶିକ୍ଷା ନେବାର ଆବଶ୍ୟକତା ରହିଛି, ସେ କିଭଳି ବୈଜ୍ଞାନିକ ପଦ୍ଧତିରେ ପ୍ରୟୋଗ କରୁଥିଲେ ତାହାକୁ କାର୍ଯ୍ୟକାରୀ କଲେ ତାହାହିଁ ହେବ ଶିବରାମଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଏହି ସ୍ମୃତି ସଭାରେ ଫରଓ୍ବାଡ ବ୍ଳକ ର ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସି.ପି.ଆଇ( ଏମ୍ ଏଲ୍)ଲିବରେସନ ମହେନ୍ଦ୍ର ପରିଡା, ସିପିଆଇ(ଏମ୍)ର ସୁରେଶ ପାଣିଗ୍ରାହୀ, ପରିବେଷବିତ ପ୍ରଫୁଲ୍ଲ ସାମନ୍ତରାୟ, ସିପିଆଇ (ଏମ୍ ଏଲ୍)ରେଡଷ୍ଟାର ର କେନ୍ଦ୍ରୀୟ ନେତା ଅଲିକ ଚକ୍ରବର୍ତ୍ତୀ, ଟିୟୁସିଆଇ ର ସବ୍ୟସାଚୀ ମହାପାତ୍ର, ରୁମିତା କୁଣ୍ଡୁ, ଲେନିନ୍, ନରେନ୍ଦ୍ର ମହାନ୍ତି, ସିପିଆଇ(ଏମ୍ ଏଲ୍) ର ବାସୁଦେବ ଦାଶ, ବରିଷ୍ଠ ସାମ୍ବାଦିକ ରବି ଦାଶ, ହେତୁବାଦୀ ମହମ୍ମଦ ସୁକୁରୁ, ପି.ଯୋଗେନ୍ଦ୍ର, ରାମଚନ୍ଦ୍ର ବାଡତ୍ୟା, ଶୁଶାନ୍ତ ଜେନା, ବିବେକ, ସୁବଳ ସାହୁ, ରାଜେନ୍ଦ୍ର ବାରିକ, ଶଙ୍କର, ଦିଲ୍ଲୀପ, ମୀନା ଭୋଇ, ରୀନା ଲେଙ୍କା, ପ୍ରଣତି ସେନାପତି, ବାସୁଦେବ ଦାଶ, ଜୟଦେବ ନାୟକ, ସୁରେନ୍ଦ୍ର ତପସୁ, କୁନିଲତା ଜେନା, ବିଜୟ ସାମଲ, ସଲିଲା ମହାପାତ୍ର, ସରୋଜ ଦାଶ ଆଦି କମ୍ରେଡ ଶିବରାମଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ଏଥିରେ ବସ୍ତି ସୁରକ୍ଷା ମଞ୍ଚର ସଭାପତି ହେନା ବାରିକ, ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ର ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା, ଶ୍ରୀମନ୍ତ ମହାନ୍ତି, ପ୍ରଫେସର କିଶୋର ସାମଲ, ଦେବ ରଞ୍ଜନ ଆଦି ଉପସ୍ଥିତ ଥିଲେ । ଶେଷରେ ଏକ ସ୍ମୃତି ରକ୍ଷା କମିଟି ଗଠନ ହୋଇଥିଲା ଏହାର ଆବାହକ ଭାବେ ବିଶ୍ବପ୍ରିୟ କାନୁନଗୋ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.