ଶେରଗଡ,୨୯/୦୬(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଭଳି ମହାମାରୀ ସମୟରେ ରାଜ୍ୟରେ ଯେଭଳି କୌଣସି ଲୋକର ରକ୍ତ ଅଭାବରେ ଜୀବନ ନଯିବ ତାକୁ ଆଖି ଆଗରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ସାରା ରାଜ୍ୟରେ ରକ୍ତ ସଂଗ୍ରହ କରୁଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ ପଞ୍ଚାୟତ ଠାରେ ବ୍ଲକ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଓ ବ୍ରାହ୍ମଣଛାଇ ସମିତିସଭ୍ୟ ମଣ୍ଟୁ ଖଣ୍ଡୁଆଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଠାରେ ମୋଟ ୨୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା,ଶେରଗଡ଼ ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ଦୟାସିନ୍ଧୁ ପରିଡ଼ା,ଗଞ୍ଜାମ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ,ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ,ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାସ ରଣା, ୫୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ,୫୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ଶେରଗଡ଼ ବ୍ଲକର ବରିଷ୍ଠ ନେତା ହୀନ ବେହେରା,ହୃଷିକେଶ ପାଢ଼ୀ, ସରୋଜ ପାତ୍ର, ବ୍ଲକ ବିଜେଡ଼ି ସଭାପତି ଶରତ ପାତ୍ର, ଯୁବ ସଭାପତି ସନ୍ତୋଷ ପଟନାୟକ, ପ୍ରମୋଦ ପାତ୍ର, ଉଦୟ ପ୍ରଧାନ ସମୀର ପ୍ରଧାନ,ଦୁର୍ଗା ବିଶୋଇ, ସହ ବ୍ଲକର ବହୁ ମାନ୍ୟଗଣ୍ୟ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।
(ରିପୋର୍ଟ- ଭିକୁ ନାୟକ। )