ପୋଲସରା ,୧୩/୦୬(ପିପିଟି): ଆଜି ଗଂଜାମ ଜିଲ୍ଲା ଶେରଗଡ଼ ଠାରେ ଓୟୁଜେ ଶେରଗଡ ଶାଖା ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଓୟୁଜେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଓୟୁଜେ ଗଞ୍ଜାମ ଜିଲ୍ଲା ସମ୍ପାଦକ ମେଘନାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟତମ ଅତିଥିଭାବେ ପୂର୍ବତନ ଜିଲ୍ଲା ସଭାପତି ତଥା ମୁଖ୍ୟ ଉପଦେଷ୍ଠା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ପୂର୍ବତନ ଜିଲ୍ଲା ସଭାପତି ତଥା ଉପଦେଷ୍ଠା ହରିହର ପାତ୍ର ଦ୍ୱୟ ମାର୍ଗଦର୍ଶନ ଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଏଵଂ ଜିଲ୍ଲା ଉପସଭାପତି ଏ.ରାଜାରାଓ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅଶୋକ କୁମାର ମହାଙ୍କୁଡ଼ ପ୍ରମୁଖଙ୍କ ସମେତ ଦ୍ୟୁଟିକୃଷ୍ଣ ପଣ୍ଡା, ଅର୍ଜୁନ କୁମାର ପଣ୍ଡା, ରାଜୀବ ଲୋଚନ ମିଶ୍ର, ଅରୁଣ କୁମାର ପଣ୍ଡା, ଏଲ. ସୁଦାମ ଦାସ, କେ. ସୁମିତ୍ରା ପାତ୍ର, ସୁଭାଷ ଚନ୍ଦ୍ର ପାଢ଼ୀ, ବାଳକୃଷ୍ଣ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ଆହୁରି ଅନେକ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଶେଷରେ ସମ୍ପାଦକ ତଥା କାର୍ଯ୍ୟ ଦିବସର ଆବାହକ ଭାବେ ଦାୟିତ୍ଵ ସୁଚାରୁରୁପେ ତୁଲାଇଥିବା ମେଘନାଦ ଦାସ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶାଖା ତରଫରୁ ଆନ୍ତରିକ ଧନ୍ୟବାଦ୍ ଏଵଂ କୃତଜ୍ଞତା ଜଣାଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା