ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ; ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୫୦ପ୍ରତିଶତ ମତଦାନ ।

0 24

ଭଞ୍ଜନଗର, ୨୦/୦୫(ପିପିଟି) : ଗଞ୍ଜାମ ଜିଲ୍ଲାରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆସ୍କା ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିଲା।ଭଞ୍ଜନଗର ୧୨୩ନଂ ନିର୍ବାଚନ ମଣ୍ଡଳୀରେ ଗତକାଲି ରାତିରେ ଡ଼ିହ ପଢାଳ ପଞ୍ଚାୟତରେ ବିଜେଡ଼ି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏଥିରେ୬ଜଣ ଆହତ ହୋଇଥିବା ବେଳେ ଆଜି ମତଦାନ ବେଳେ ତୁରୁମୁ ପଞ୍ଚାୟତ ବେରୁଆଁ ବାଡ଼ିରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।ତାରସିଂ ପୁଲିସ ସେଠାରେ ପହଞ୍ଚି ସ୍ଥିତି ସୁଧାରିବା ପରେ ସ୍ୱାଭାବିକ ଭାବରେ ମତଦାନ ହୋଇଥିଲା।ଅନ୍ୟ ସମସ୍ତ ବୁଥ୍ ରେ ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ ହୋଇଛି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମୋଟ ୨,୩୯,୪୫୩ଜଣ ଭୋଟର ରହିଛନ୍ତି।ସେଥି ମଧ୍ୟରେ ୧,୨୩,୭୯୫ଜଣ ପୁରୁଷ ଓ ୧,୧୫,୬୪୧ଜଣ ମହିଳା ଭୋଟର ଅଛନ୍ତି।ଏଥି ନିମନ୍ତେ୨୬୦ଟି ବୁଥ୍ ରେ ମତଦାନ ହୋଇଥିଲା। ହେଲେ ପ୍ରବଳ ଗରମ ଓ ଗୁଳୁଗୁଳି କାରଣରୁ ୪୯.୧୦ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଆଜି ସକାଳେ ସ୍ଥାନୀୟ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗ୍ରାମ ଅଗଝୋଳ ୧୨୩ନଂ ବୁଥ୍ ରେ ଯାଇ ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ।ସେହିପରି ଅନ୍ୟାନ୍ୟ ବୁଥ୍ ରେ ମଧ୍ୟ ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଉଥିବା ଦେଖିବାକୁ ମିଳିଛି।ସେଥିମଧ୍ୟରେ ନୂତନ ଭୋଟର, ଦିବ୍ୟାଙ୍ଗ, ବୟସ୍କ ଓ ମହିଳା ଭୋଟରମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି।ଭୋଟର ମାନଙ୍କ ସୁବିଧା ଦୃଷ୍ଟିରୁ ସଖୀ ବୁଥ୍,ଆଦର୍ଶ ବୁଥ୍ ଓ ପରିବେଶ ସଚେତନତା ବୁଥ୍ ରେ ପାଣି, ଓ.ଆର.ଏସ ଏବଂ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।ସୁରକ୍ଷା ଦୃଷ୍ଟିରୁ ପୁଲିସ କର୍ମଚାରୀ ମାନେ ବିଭିନ୍ନ ବୁଥ୍ ରେ ମୃତୟନ ଥିବା ବେଳେ ମୋବାଇଲ ପାର୍ଟି ମଧ୍ୟ ସତର୍କ ରହିଥିଲେ।ଅପରାହ୍ଣରେ ବର୍ଷା ଓ ପବନ ସତ୍ତ୍ୱେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୋଲିଙ୍ଗ ପାର୍ଟି ଇଭିଏମ ସିଲ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ଥିବା ଭୋଟ ଗଣତି କେନ୍ଦ୍ରରେ ପହଞ୍ଚି ଥିଲେ।

(ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.