ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି” ।

0 610

ବୁଗୁଡା,୨୯/୦୮(ପିପିଟି);ବୁଗୁଡା ନିକଟସ୍ଥ ବୁଦ୍ଧଖୋଲ ପାଦଦେଶରେ ଥିବା ପାନ୍ଥନିବାସ ରେ,କରୋନା ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି” କୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଅତିଥି ରୂପେ ଗବେଷକ ଡକ୍ତର ବ୍ରଜ କିଶୋର ପାଢ଼ୀ, ସୁ ସାହିତ୍ୟିକ ଅନନ୍ତ କର, ଅରୋଇନ ର ଚେୟାରମେନ ଅନ୍ନଦା ପାଢ଼ୀ ଏବଂ ଅରୋଇନଫୋ ର ସିଇଓ ଦ୍ଵାରିକା ତ୍ରିପାଠୀ ଯୋଗଦେଇଥିଲେ । ଏସ ପି କ୍ରିଏସନ ବ୍ୟାନର ରେ ନିର୍ମିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ର କାହାଣୀ ଲେଖିଛନ୍ତି କୁକୁଡାଖଣ୍ଡିର ବିଡ଼ିଓ ଗଦାଧର ପାତ୍ର । ଏହାର ପ୍ରଯୋଜନା ଦାୟିତ୍ୱ ପ୍ରଭାସିନୀ ଅଧିକାରୀ ନେଇଥିବା ବେଳେ ନିର୍ଦେଶନା ଦାଇତ୍ୱ ରେ ଗଞ୍ଜାମ ମାଟିର ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ ନିଜର ସୃଜନାତ୍ମକ କରିସ୍ମା ପ୍ରଦର୍ଶନ କରିଛନ୍ତି । ଚିତ୍ର ଗ୍ରହଣ ଦାୟିତ୍ୱରେ ବସନ୍ତ ମହାରଣା, ସମ୍ପାଦନା ରେ ବାପି ମହାରଣା ଓ ସୃଜନାତ୍ମକ ନିର୍ଦ୍ଦେଶକ ଭାବରେ ମଧୁସୂଦନ ମିଶ୍ର ନିଜର ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଗଦାଧର ପାତ୍ର, ମଧୁସୂଦନ ମିଶ୍ର, ବାବୁଲି ପଟ୍ଟନାୟକ, ସୁରେନ୍ଦ୍ର ପ୍ରଧାନ ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ନିଜ ନିଜ ଅଭିନୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।ଏହି ଚଳଚ୍ଚିତ୍ର ଟି ଅମାନିଆ ଲୋକଙ୍କ ଭିତରେ ସଚେତନତାର ବାର୍ତ୍ତା ବାଣ୍ଟିବ ବୋଲି ଏହାର ଉପଦେଷ୍ଟା ସୁସ୍ମିତା ପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀମତୀ ପାତ୍ରଙ୍କ ତରଫରୁ ସମସ୍ଥ ଉପସ୍ଥିତ ଦର୍ଶକଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ର ଟିକୁ ଜ୍ଞାନଜ୍ୟୋତି ପ୍ରଡକ୍ସନ ର ୟୁ ଟ୍ୟୁବ୍ ଚ୍ୟାନେଲରେ ସମସ୍ତେ ଦେଖନ୍ତୁ ବୋଲି ପ୍ରଯୋଜିକା ପ୍ରଭାସିନୀ ଅଧିକାରୀ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବୈଷ୍ଣବ ଦାସ ସଂଯୋଜନା କରିଥିଲେ ।

Leave A Reply

Your email address will not be published.