ଲର୍ଡ୍ ସ୍ବେଚ୍ଛାସେବୀ ସଙ୍ଗଠନର କୋଭିଡ୍ – ୧୯ ସଚେତନ କାର୍ଯ୍ୟକ୍ରମ ।

0 36

ଢେଙ୍କାନାଳ,(ପିପିଟି)୨୯/୦୪-ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ସୋରିସିଅପଡା ପଂଚାୟତ ସିମିଳିଆ ଗ୍ରାମରେ ଲର୍ଡ୍ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଏକ କୋଭିଡ -୧୯ ସଚେତନତା କାଯ୍ୟକ୍ରମ ଆୟୋଜନ ସ୍ଥାନୀୟ କୋଠାଘର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାଯ୍ୟକ୍ରମ ରେ ସୋରିସିଅପଡା ପଂଚାୟତର ସରପଞ୍ଚ  କେଶବ ବେହେରାଙ୍କ ଉପସ୍ଥିତି ରେ ସଚେତନତା କାଯ୍ୟକ୍ରମ ଓ ମାସ୍କ,ସାବୁନ ଶୁଖିଲା ଖାଦ୍ୟ ବଣ୍ଟନ ଓ ଗ୍ରାମରେ ଛୁଆ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା ବୋଲି ସଂଗଠନର ନିର୍ଦେଶକ ଭାରତ ଭୂଷଣ ବେହେରା ସୂଚନା ପ୍ରଦାନ କରିଥିଲେ।ଉକ୍ତ କାଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ୧୫୦ ରୁ ଉର୍ଦ୍ଧ୍ଵ ଆଦିବାସୀ ପୁରୁଷ ଓ ମହିଳା ମାନେ ଯୋଗଦାନ କରିଥିଲେ । ସଙ୍ଗଠନ ର ନିର୍ଦେଶକ ଶ୍ରୀ ବେହେରା ସାବୁନ ରେ କେମିତି ହାତ ଧୁଆ ହେବ ,ମାସ୍କ ବ୍ୟବହାର ,ସାମାଜିକ ଦୁରତା  ବିଷୟରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ। ସ୍ଥାନୀୟ ସରପଞ୍ଚ ସଙ୍ଗଠନର ନିର୍ଦେଶକ ଙ୍କୁ ଅନୁରୋଧ କରିଥିଲେ ଯେ ଡୋରିସିଅପଡା ପଂଚାୟତ ରେ ଆଦିବାସୀ ବହୁଳ ଗ୍ରାମ ଅଛି ଯୋଉଁଠି କି ସେମାନେ ଠିକରେ ଖାଇବାକୁ ପାଉନାହାନ୍ତି ସେଠି କାଯ୍ୟକ୍ରମ କରିବା ପାଇଁ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭ୍ୟ ଓ ସଭ୍ୟା ସୁଭଶ୍ରୀ ବେହେରା, ଝରଣା ବେହେରା,ଜଗନ୍ନାଥ ସ୍ବାଇଁ, ଅମର ପଧାନ, ଓ ସୂର୍ଯ୍ୟକାନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଗ।ମି ଦିନ ମାନଙ୍କରେ ଢେ଼ଙ୍କାନାଳ ଜିଲ୍ଲାର ସଦର ବ୍ଲକ,ଗନ୍ଦିଆ ବ୍ଲକ ଓ କାମାକ୍ଷ୍ୟନଗର ବ୍ଲକ ରେ  କୋଭିଡ-୧୯ ସଚେତନତା କାଯ୍ୟକ୍ରମ ଓ ସାବୁନ,ମାକ୍ସ, ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଙ୍ଗଠନର ନିର୍ଦ୍ଦେଶକ ଭରତ ଭୂଷଣ ବେହେରା ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.