ରାହୁଲ ଗାନ୍ଧୀଙ୍କର ୫୦ତମ ଜୟନ୍ତୀ ପାଳନ କଲେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ମାନସ ରଞ୍ଜନ କର ।

0 146

ଯାଜପୁର,ତା- ୧୯/୦୬(ପିପିଟି) ; ରାହୁଲ ଗାନ୍ଧୀଙ୍କର ୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାରକା ଠାରେ ଧର୍ମଶାଳା ଯୁବ କଂଗ୍ରେସ ଓ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରିକ୍ସା ଓ ଟ୍ରଲି ଚାଳକ ଭାଇ ମାନଙ୍କୁ  ନ୍ୟାୟ ଯୋଜନା ଅନୁଯାୟୀ ମାସ୍କ ଓ ରାସନ ସାମଗ୍ରୀ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ମାନସ ରଞ୍ଜନ କରଙ୍କ ନେତୃତ୍ବରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ମିହିର ଖୁଣ୍ଟିଆ, ସମ୍ପାଦକ ପ୍ରମୋଦ ଜେନା, ଉଗ୍ରସେନ ମହାନ୍ତି, ଧରଣୀ ମାଲିକ,ମୁନା ସାହୂ, ଅନିଲ ସ୍ବାଇଁ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତି ଥିଲେ । ଏହା ଧର୍ମଶାଳା ବାଲି ପଡିଆ ଅୟୋଜିତ କାର୍ଯ୍ୟକ୍ରମରେ ୬ଜଣ ରିକ୍ସା ଚାଳକ ଓ ୪୨ ଜଣ ଟ୍ରଲି ଚାଳକ ଯୋଗଦେଇ ରାସନ ସାମଗ୍ରୀ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ କରୋନା ସମ୍ବନ୍ଧରେ ସଚେତନ କରାଯାଇଥିଲା ।

Leave A Reply

Your email address will not be published.