ରାସ୍ତା ତିଆରି ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ କର୍ଲା ଗ୍ରାମର ଗଣ୍ଡା ପଡାର ଚେତାବନୀ ।

0 417

କଳାହାଣ୍ଡି ,୦୯/୦୭(ପିପିଟି);  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅଧୀନରେ  ଥିବା ବଡଚେରଗାଁ  ପଞ୍ଚାୟତ ସ୍ଥିତ କର୍ଲା ଗ୍ରାମର ଗଣ୍ଡା ପଡାରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା ଜାନୁଆରୀ ମାସରେ ମାଟି କାମ ଆରମ୍ଭ ହେଇ ଥିଲା ଓ କାମ ବି ଶେଷ ହେଇ ଯାଇ ଥିଲା କିନ୍ତୁ ବର୍ଷା ଦିନ ରେ ସ୍ଥିତି ଅତି ଶୋଚନୀୟ ଦେଖି ବାକୁ ମିଳିଛି, କର୍ଲା ଗ୍ରାମ ଗଣ୍ଡାପଡା ଠାରୁ ତେଲ ନଦୀ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କାର ଅନୁମୋଦନ ମିଳିଥିଲା କିନ୍ତୁ ଅଧାରେ ରହିଗଲା କାମ। ବର୍ଷା ଦିନରେ ମାଟି ରାସ୍ତାରେ ଯିବା ଆସିବା ବହୁତ କଷ୍ଟକର ହୋଇ ପଡ଼ିଛି । ଗଣ୍ଡା ପଡା  ତେଲ ନଦୀ ଦେଇ ଚାଷୀ ମାନେ ବହୁତ୍ ଯିବା ଆସିବା କରୁ ଛନ୍ତି । ଚାଷୀ ମାନେ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଏ ବିଷୟରେ ଠିକାଦାର ମାନଙ୍କୁ ବାରମ୍ବାର ଜଣାଇବା ସତ୍ତ୍ଵେ ମଧ୍ୟେ କିଛି ସୁଫଳ ମିଳି ପରୁ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏଠି ପ୍ରଶ୍ନ ଉଠିଛି ସାଧାରଣ ଲୋକ ତାଙ୍କ ହକରୁ ବଞ୍ଚିତ କାହିଁକି ହଉଛନ୍ତି , ସରକାରଙ୍କ ପାଖରୁ କଣ ଅର୍ଥ ପ୍ରଦାନ ହେଲାନି କି , ଯଦି ଅର୍ଥ ପ୍ରଦାନ ହେଇ ନ ଥିବ ତେବେ ମାଟି ରାସ୍ତା ହେଲା କେମିତି ଓ ମୁରୁମ୍ କାମ ହେଲାନି କାହିଁକି , ଗଣ୍ଡା ପଡାର ଲୋକେ ଦାବି କରିଛନ୍ତି ଯେ, କମ ଦିନରେ ଯଦି ମୂରୁମ୍ କାମ ନ ହେଇଛି  ତେବେ ରାଜ ରାସ୍ତାକୁ ଓହ୍ଲାଇବ ପାଇଁ ଚେତାବନୀ ଦେଇଛନ୍ତି ।
ରିପୋର୍ଟ -ଭିଷ୍ମ ସାହୁ ।

Leave A Reply

Your email address will not be published.