ରାସ୍ତାରୁ ୧୧ ଶ୍ରମିକ ଉଦ୍ଧାର ଓ ଆଶ୍ରୟ ସ୍ଥଳୀରେ ପଞ୍ଜିକୃତ ।

0 67

ଛତ୍ରପୁର, ତା.୧୪.୦୪ ଲକ୍ ଡାଉନ୍ ସମୟରେ ଗାଡି ମଟର ବନ୍ଦ ଥିବାରୁ ଅନେକ ଶ୍ରମିକ ଘରମୁହାଁ ହୋଇଛନ୍ତି  । ରାସ୍ତାରେ ଚାଲିଚାଲି କିମ୍ବା ରେଳ ଲାଇନ୍ କଡେକଡେ ଘରକୁ ଫେରୁଥିବାରୁ ପ୍ରଶାସନ ପାଇଁ ଚିନ୍ତା ଜନକ ବିଷୟ ହୋଇଛି  ।       ଏଗାର ଜଣ ଶ୍ରମିକ ପଶ୍ଚିମବଙ୍ଗ ଅଭିମୁଖେ ଚାଲିଚାଲି ରାସ୍ତାରେ ଯାଉଥିବା ସମୟରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସେମାନଙ୍କୁ ଅଟକାଇ ଚମାଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିଛନ୍ତି  । ଅନେକ ବୁଝାଇବା ପରେ ସେମାନେ ସ୍ବାସ୍ଥ୍ୟ ଶିବିରରେ ରହିବାକୁ ସମ୍ମତ ହୋଇଥିଲେ  । ସେଠାରେ ସ୍ଥାନୀୟ ଆଶାକର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ  କରିଥିଲେ  । ଅଙ୍ଗନଓ୍ବାଡି କର୍ମୀଙ୍କ ଦ୍ବାରା ସେମାନଙ୍କର ଠିକଣା ଏବଂ ସମ୍ପୂର୍ଣ୍ଣ ବିବରଣୀ ରେଜିଷ୍ଟ୍ରିଭୂକ୍ତ କରାଯାଇଥିଲା  । ସକାଳ ଜଳଖିଆ ସହିତ ଦିନରେ ଦୁଇବେଳା ସେମାନଙ୍କୁ ଖାଇବାକୁ ଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ମଧ୍ୟ ଏଥିରେ ସହଯୋଗ କରିଥିଲେ  ।     ପୂର୍ବରୁ ୬୪ ଜଣ ବାହାର ରାଜ୍ୟ ଶ୍ରମିକଙ୍କୁ ରାସ୍ତାରେ ଅଟକାଯାଇ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ରେ ରଖାଯାଇଛି  । ଏମାନଙ୍କ ମଧ୍ୟରୁ ୪୪ ଜଣ ତାମିଲନାଡୁର, ୪ ଜଣ ପଶ୍ଚିମବଙ୍ଗର ଏବଂ ୧୬ ଜଣ ଝାଡଖଣ୍ଡ ବାସିନ୍ଦା ଅଟନ୍ତି  । ଏମାନେ ମାଲବାହୀ ଟ୍ରକ୍, ମାଛଗାଡି ଓ ଅଣ୍ଡାଗାଡିରେ ସ୍ଥାନାନ୍ତର ହେଉଥିଲେ । ମାଲବାହୀ ଟ୍ରକ୍ କୁ ଜବତ କରାଯାଇ ଚମାଖଣ୍ଡି ଥାନାରେ ଅଟକ ରଖାଯାଇଛି  ।

Leave A Reply

Your email address will not be published.