ବୋଲଗଡ଼,୧୬/୦୭(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ରାସୋଳ ଗ୍ରାମବାସୀମାନଙ୍କ ତରଫରୁ ଆଜି ମଧ୍ୟାହ୍ନ ୧:୩୦ ସମୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇସାରିଛି। ଯୁବ ସମାଜ ସେବି ସତ୍ୟନାରାୟଣ ବାରିକଙ୍କ ତତ୍ୱାବଧାନରେ ଗ୍ରାମର ବାଉତି ଠାକୁରାଣୀଙ୍କ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ବନ ମହୋତ୍ସବରେ ଯୋଗ ଦେଇଥିଲେ। ସମାଜ ସେବି,ଜଗନ ନାୟକ, ସମାଜ ସେବି, ଚିତ୍ତରଞ୍ଜନ ପ୍ରଧାନ, କିଶୋର ସାହୁ, ଅର୍ଜୁନ ପଟ୍ଟନାୟକ, ବୈକୁଣ୍ଠ ସ୍ୱାଇଁ,, ଶିବୁ ଦାସ,ହର୍ଟିକଲଚର ଆକଟି ଭେଟର-ପ୍ରଦୀପ କୁମାର ପାଲଟା ସିଂହ, ସମାଜସେବୀ ମନୋଜ କୁମାର ମିଶ୍ର, ସମସ୍ତ ଗ୍ରାମବାସୀ ଓ ମା କୁଣ୍ଡା ଖାଇ ସେବା ସଂଘର ସମସ୍ତ ସଭ୍ୟ ଉପସ୍ଥିତିରେ ଏହି ବନ ମହୋଉତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ସାମ୍ବାଦିକ ଜଦୁନାଥ ସାମନ୍ତ ରାୟ,ମାନସ ରଂଜନ କର,ସୁଶାନ୍ତ କୁମାର ପ୍ରଧାନ,ଅଶୋକ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)