ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ଘୋଷଣାକୁ ସିପିଆଇର ବିରୋଧ ।

0 729

ଭୁବନେଶ୍ବର,୦୮/୦୭(ପିପିଟି); କରୋନା ମହାମାରୀ ମୁକାବିଲା ନାମରେ ରାଜ୍ୟ ସରକାର ପ୍ରାୟୋଜିତ ଆର୍ଥିକ ସଙ୍କଟ ସୃଷ୍ଟିକରି ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଯୁବକ,ଯୁବତୀମାନଙ୍କ ପାଇଁ ନିଯୁକ୍ତି ବନ୍ଦ ଘୋଷଣାକୁ ସିପିଆଇ ପକ୍ଷରୁ ବିରୋଧ କରାଯାଇଛି । ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଆସି କାମଧନ୍ଦା ନ ପାଇ ଭୋକ ଉପାସରେ ଅଛନ୍ତି । ଅପରପକ୍ଷରେ ହଜାର ହଜାର ଶିକ୍ଷତ ଯୁବକଯୁବତୀ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି । ମାତ୍ର ନିଯୁକ୍ତି ବନ୍ଦ ଘୋଷଣା ସେମାନଙ୍କ ଜୀବନ ଧାରଣର ଶେଷ ସମ୍ଭାବନା ଉପରେ କୁଠାରଘାତ କରିଛି । ସେମାନେ ଖାଇବେ କ’ଣ ? ବଞ୍ଚିବେ କିପରି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ରାଜ୍ୟରେ ଖାଲି ପଡିଥିବା ହଜାର ହଜାର ପଦବୀକୁ ପୂରଣ ନ କରି କରୋନା ମହାମାରୀ ଆଳରେ ସେହିସବୁ ପଦବୀକୁ ଉଛେଦ କରିବାକୁ ସରକାରଙ୍କ ନିଷ୍ପତ୍ତି ଓଡିଶାର ଜନଗଣଙ୍କ ସ୍ବାର୍ଥକୁ କୁଠାରଘାତ କରୁଛି । ପିଇବା ପାଣି,ଉନ୍ନୟନ,ଗ୍ରାମୀଣ ବିକାଶ ପ୍ରଭୂତି ଯୋଜନାରେ ଅର୍ଥ ଖର୍ଚ୍ଚ ହୋଇ ନ ପାରିବା ଘଟଣାକୁ ବିରୋଧ କରାଯାଇଛି । ସରକାର ତୁରନ୍ତ ଏଭଳି କଳା ଆଇନକୁ ପ୍ରତ୍ଯାହାର କରିନେବାକୁ ଶ୍ରୀ କାନୁନଗୋ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.