ରାଜ୍ୟ ସରକାରଙ୍କ ଘୋଷଣା ;୪୮ ଘଣ୍ଟା ପାଇଁ ଭୁବନେଶ୍ବର – ଭଦ୍ରକ ସଂପୂର୍ଣ୍ଣ ତାଲା ବନ୍ଦ ।

0 20

ଭୁବନେଶ୍ୱର ୦୩।୦୪: କରୋନା ସମ୍ପର୍କିତ ନେଇ ରାଜ୍ୟ ସରକାରଙ୍କ ଜରୁରୀ ଘୋଷଣା ।ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱରରେ ୮୦ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୨୦ପ୍ରତିଶତ ଚିହ୍ନଟ ହୋଇଛନ୍ତି । ତେବେ ଆଗାମୀ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭୁବନେଶ୍ୱରରେ ଲକ୍‌ଡାଉନ୍‌ କରାଯିବ । ସେହିପରି ଭଦ୍ରକରେ ମଧ୍ୟ ଆଗାମୀ ୪୮ଘଣ୍ଟା ପାଇଁ ସମ୍ପର୍ଣ୍ଣ ଲକ୍‌ଡାଉନ୍‌ କରାଯିବ । ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ତାଲା ବନ୍ଦ ରହିବ । ସେହିପରି  ଯିବା ଆସିବା କରିବା ପାଇଁ ମିଳିଥିବା ସମସ୍ତ ପାସ୍‌ ବାତିଲ୍‌ କରାଯାଇଛି । ତେବେ ତାଲା ବନ୍ଦ ବେଳେ ବାହାରକୁ ବାହାରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଏହି ତାଲାବନ୍ଦ ସମୟରେ କେହି ବାହାରକୁ ବାହାରିଲେ ତେବେ ସେମାନଙ୍କୁ ନେଇ ସରକାରଙ୍କ ଗଠିତ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।  ରାଜ୍ୟ ସରକାରଙ୍କ ପକ୍ଷରୁ  ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.