ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ବରଗଡ଼ ତରଫରୁ ଧନ୍ୟବାଦ ପତ୍ର ।

0 40

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪-   ବର୍ତ୍ତମାନ ମହାମାରୀ କରୋନା ଭାଇରସ ପାଇଁ ସାରା ରାଜ୍ୟ ଦେଶ ତଥା ବିଶ୍ୱ ଲଗ ଡାଉନ ଅବସ୍ଥା ରେ ଥିବାରୁ ଆମ ରାଜ୍ୟରେ ଥିବା କଳାକାର ମନେ ନିଜର ଜୀବନ ଜୀବିକା ହରେଇ ବହୁତ ଅସୁବିଧାର ସମ୍ମୁଖୀନ  ହେଉଥିଲେ । ଏହି ପରିପେକ୍ଷୀରେ ପରିଷଦ ବରଗଡ଼  ତରଫରୁ ସରକାରଙ୍କ ଠାରେ ୩ଟି ଦାବି ଉପସ୍ଥାପନ କରାଯାଇଥିଲା I ସେ ଗୁଡିକ ହେଲା ସର୍ବ କଳାକାର ଭତ୍ତାଧାରି ମାନଙ୍କୁ ଅଗ୍ରିମ ୪ମାସର ଭତ୍ତା ପ୍ରଦାନ, ଭତ୍ତା ବାହାରେ ପଞ୍ଜିକୃତ ହେଇଥିବା ସଂସ୍ଥାର କଳାକାର ମାନଙ୍କୁ ପଂଚାୟତ ସ୍ତରରେ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ, ସରକାରଙ୍କ ତରଫରୁ ଦିଆଯାଉଥିବା ମାଗଣା ଖାଦ୍ୟ ବ୍ୟବସ୍ଥା I ସରକାର ଉପରିସ୍ଥ ୩ଟି ଦାବି ମଧ୍ୟରୁ ପ୍ରଥମଟି ପୂରଣ କରି କଳାକାରଙ୍କ ମୁହଁରେ ହସ ଫୁଟେଇ ସହଯୋଗ କରି ଥିବାରୁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ବରଗଡ଼ ତରଫରୁ ସଭାପତି ଲଳିତ ଜଗତ , ସଂପାଦକ ନବିନ କିଶୋର ତାଣ୍ଡି  ସରକାର, ପ୍ରଶାସନ ତଥା ପ୍ରିଣ୍ଟ ମିଡିଆଙ୍କୁ  ଅଶେଷ ଅଶେଷ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରୁଛୁ   I ଏହା ସହିତ ଏପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସରକାର ତଥା ପ୍ରଶାସନିକ ଅଧିକାରୀ ମାନେ ନିଜ ଜୀବନକୁ ପାଣି ଛଡେଇ କଠିନ ତଥା ଅକ୍ଲାନ୍ତ ପରିଶ୍ରମ କରି କରୋନା ଭାଇରସ ସହିତ ଲଢେଇ କରୁଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ I ବାକି ରହିଥିବା  ପରବର୍ତ୍ତୀ ୨ ଟି ଦାବିକୁ ମଧ୍ୟ ସରକାର  ହୃଦୟର ସହିତ ପୁନର୍ବାର ବିଚାର କରି  ଭତ୍ତା ବାହାରେ ପଞ୍ଜିକୃତ ହେଇଥିବା ସଂସ୍ଥାର  କଳାକାର ମାନଙ୍କର ଦୁଃଖ ଲାଘବ କରିବେ ବୋଲି ଆଶା I ପରିଷଦ ବରଗଡ଼ ତରଫରୁ ଜନସାଧାରଣଙ୍କୁ ବିନମ୍ର ନିବେଦନ, ଦୟାକରି ଲଗ ଡାଉନ ସମୟରେ କେହି ବାହାରକୁ ବାହାରନ୍ତୁ ନାହିଁ, ଅତି ଜରୁରୀ ହେଲେ ମୁହଁରେ ମାସ୍କ ଲଗେଇ ବାହାରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ I ପ୍ରାୟ ସବୁବେଳେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତରେ ସାବୁନ  ଲଗେଇ ଭଲକରି ଧୁଅନ୍ତୁ I ଏହାହିଁ ହେଉଛି କରୋନା ଭାଇରସ ର  ଏକ ମାତ୍ର ପ୍ରତିଷେଧକ  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.