ବ୍ରହ୍ମପୁର, ୨୮/୧୨(ପିପିଟି): ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ୫୯ ତମ ବାର୍ଷିକ ଅଧିବେଶନ ଉଦଯାପନୀ ଉତ୍ସବ ୨୦୨୨ ବର୍ଷ ନିମନ୍ତେ ସଂଘ ନୂତନ କର୍ମକର୍ତ୍ତା ହେବା ସହିତ ବିଦ୍ୟୁତ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଓ ୧ କୋଟି ବିଦ୍ୟୁତ ଉପଭୋକ୍ତାଙ୍କୁ ଟାଟା କର୍ତ୍ତୃପକ୍ଷ ସଠିକ୍ ବିଲ ପ୍ରଦାନ କରିବା ଏବଂ ଆସନ୍ତା ଦିନ ମାନଙ୍କରେ ବିଦ୍ୟୁତ ଦର ବୃଦ୍ଧି ବନ୍ଦ କରିବା ସହିତ ୪ ଟି ବିତରଣ କମ୍ପାନୀର ବିଦ୍ୟୁତ କର୍ମଚାରୀ ମାନଙ୍କୁ ୧୦୦ ୟୁନିଟ ବିଦ୍ୟୁତ ଛାଡ଼ କରିବା ପାଇଁ ଦାବି ହୋଇଥିଲା ।କୋଭିଡ ମହାମାରୀ ବିଦ୍ୟୁତ ବିଭାଗ ରେ ୧୮ ଜଣ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ରାଜ୍ୟ ସରକାର ଘୋଷଣା ଅନୁଯାୟୀ ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ତତ ସହିତ ପରିବାର ରୁ ଜଣେ ସ୍ଥାୟୀ ନିଯୁକ୍ତି ଦିଆଯାଇ ନଥିବାରୁ ରାଜ୍ୟ ସ୍ତରୀୟ ବୈଠକ ଏହାକୁ ତୀବ୍ର ନିନ୍ଦା କରାଯାଇଥିଲା । ରାଜ୍ୟ ସରକାର ଓ ବିଦ୍ୟୁତ ନିୟମକ ଆୟୋଗ ଓଡ଼ିଶାରେ କୋଭିଡ ମହାମାରୀ ଚାଲିଥିବା ସମୟରେ ୪ ଟି ବିଦ୍ୟୁତ କମ୍ପାନୀ ଟାଟା ହାତରେ ଶାଗ ମାଛ ଦରରେ ଟେକିନେବା ଓଡିଶା ଉପଭୋକ୍ତା ମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଲଦି ଦିଆଗଲା ବୋଲି ଆଲୋଚନା ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କୁମାର ମହାପାତ୍ର, ପିତାବସ ପଣ୍ଡା ( ଆଇ.ଏନ୍.ଟି.ୟୁ.ସି )ର ଅଧ୍ୟକ୍ଷ ଓ ଜିଲ୍ଲା ସଭାପତି ଅକ୍ଷୟ କୁମାର ତ୍ରିପାଠୀ , ପ୍ରଫୁଲ କୁମାର ପଟ୍ଟନାୟକ , ସୂର୍ଯ୍ୟ କୁମାର ବିଷୋୟୀ , ଦୀନବନ୍ଧୁ ମହାନ୍ତି, ବିପିନ ସେଠୀ , ଦିଲ୍ଲୀପ ସାହୁ , ସଞ୍ଜୀବ ବେହେରା, ପି.ସି ମହାପାତ୍ର ଏବଂ ସିଟି ସର୍କଲର ନେତୃତ୍ୱ ବୃନ୍ଦ ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post