ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩୦୩୭୮ , ସୁସ୍ଥ ସଂଖ୍ୟା ୧୮୯୩୯ ଓ ମୃତ ସଂଖ୍ୟା ୧୬୯ ।

0 1,394

ଭୁବନେଶ୍ଵର,ତା-୩୦/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୯,୯୯୬ ମଧ୍ୟରୁ ୬,୬୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୬ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୩,୯୮୬ ମଧ୍ୟରୁ ୧,୬୬୨ ଜଣ ସୁସ୍ଥ ,୨୧ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୧,୨୦୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୦୦,୨୩୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୩୦,୩୭୮ ଚିହ୍ନଟ ହୋଇଛନ୍ତି ୧୮,୯୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୨୩୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୬୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୩୬ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୨୦୩ ଜଣଙ୍କ ମଧ୍ୟରୁ ୭୫୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୪୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.