ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୮୭୫୭ , ସୁସ୍ଥ ସଂଖ୍ୟା ୧୨୯୧୦ ଓ ମୃତ ସଂଖ୍ୟା ୧୦୩ ।

0 1,642

ଭୁବନେଶ୍ଵର,ତା-୨୧/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୫୯୯୧ ମଧ୍ୟରୁ ୩୮୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୪ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨୦୯୮ ମଧ୍ୟରୁ ୧୨୦୨ ଜଣ ସୁସ୍ଥ ,୧୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୭ ହୋଇଛି । ନୂତନ ଆକ୍ରାନ୍ତ ୬୪୭ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୦୧,୬୪୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୧୮୭୫୭ ଚିହ୍ନଟ ହୋଇଛନ୍ତି । ୧୨୭୫୭ ଜଣ ସୁସ୍ଥ ହୋଇଥିବା ବେଳେ ୫୭୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୩୦ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୬୪୭ ଜଣଙ୍କ ମଧ୍ୟରୁ ୪୩୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୧୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.