ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ।

0 66

ଭୁବନେଶ୍ବର ୦୩/୦୪: ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ କଟକର ବାସୀନ୍ଦା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଟ୍ୱିଟ୍ କରାଯାଇ ଅବଗତ କରାଯାଇଛି । ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ । ତେବେ ଆଜି ଆସିଥିବା ନମୁନା ପରୀକ୍ଷଣ ରିପୋର୍ଟରୁ ସେ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସଂପର୍କରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।

Leave A Reply

Your email address will not be published.