ଭୁବନେଶ୍ଵର ,(ପିପିଟି)୧୧/୦୫ ,ଗଞ୍ଜାମ ଜିଲ୍ଲାରେ ଆଉ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩୯୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬୩୪୭୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜେଟିଭ ୩୯୧ ଚିହ୍ନଟ ହୋଇଛନ୍ତି । ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି ।ଆଜିର ଆପଡେଟ୍ ପରେ ନୂତନ ଆକ୍ରାନ୍ତ ଚିହ୍ନଟ ମଧ୍ୟରେ ଗଞ୍ଜାମ ୧୨,କେନ୍ଦ୍ରାପଡା ୧ ଏବଂ ସୁନ୍ଦରଗଡ ୧ ।ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି ।