ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧୧ ଛୁଇଁଲା ।ଗଞ୍ଜାମ ଜିଲ୍ଲାରେ ୪୨ ଚିହ୍ନଟ ସହିତ ସଂଖ୍ୟା ୨୫୨ ।

0 1,090

ଭୁବନେଶ୍ଵର ,(ପିପିଟି)୧୪/୦୫ ,ଆଜି ଓଡିଶା ରେ ଅଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୫୨ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୭୭୧୫୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୬୧୧ ଚିହ୍ନଟ ହୋଇଛନ୍ତି । ୧୪୩ ଜଣ ସୁସ୍ଥ ହୋଇଥିବା ବେଳେ ୪୬୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର ନୂତନ ୪୨ ଚିହ୍ନଟ ଗୁଜୁରାଟ ଲିଙ୍କ୍ ଏବଂ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି ।ବର୍ତ୍ତମାନ ଓଡିଶା ୬୧୧ ଚିହ୍ନଟଙ୍କ ମଧ୍ୟରୁ ଗଞ୍ଜାମ ୨୨,ବାଲେଶ୍ବର ୯୦,ଯାଜପୁର ୮୮,ଖୋର୍ଦ୍ଧା ୫୩,ଭଦ୍ରକ ୪୦,ସୁନ୍ଦରଗଡ ୨୫,ଅନୁଗୁଳ ୧୫,କେନ୍ଦ୍ରାପଡା ୯,ମୟୂରଭଞ୍ଜ ୯,ଜଗତସିଂହପୁର ୫,ପୁରୀ ୪,କେଉଁଝର ୪,ବୌଦ୍ଧ ୪,କଟକ ୩,କଳାହାଣ୍ଡି ୨,ଝାରସୁଗୁଡା ୨,ବଲାଙ୍ଗୀର ୨,ନୟାଗଡ ୧,କୋରାପୁଟ ୧,ଢେଙ୍କାନାଳ ୧,ଦେଓଗଡ ୧ ଏହି ଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନର ଚିନ୍ତା ବଢାଇଛି । ଆଶଙ୍କା ଭିତରେ ଗଞ୍ଜାମ ଜିଲ୍ଲା ବାସୀ ।

Leave A Reply

Your email address will not be published.