ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮୯ ଛୁଇଁଲା,୩୯୩ ଜଣ ସୁସ୍ଥ ।

0 919

ଭୁବନେଶ୍ଵର ,(ପିପିଟି)୨୨/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୨୨ରେ ରହିଛି ।ନୂତନ ଆକ୍ରାନ୍ତ ୮୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୧୩୪୪୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୧୧୮୯ ଚିହ୍ନଟ ହୋଇଛନ୍ତି । ୩୯୩ ଜଣ ସୁସ୍ଥ ହୋଇଥିବା ବେଳେ ୭୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ୭ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩ଜଣ, ଖୋର୍ଦ୍ଧା ଜିଲ୍ଲାରେ ୩ଜଣ ଓ କଟକ ୧ ବୋଲି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୮୬ ଜଣଙ୍କ ମଧ୍ୟରୁ ୮୦ଜଣ କ୍ବାରେଣ୍ଟାଇନ୍ ସେଣ୍ଟର, ୫ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୧ କଣ୍ଟେନମେଣ୍ଟ ଜୋନ ବୋଲି ଜଣାପଡିଛି ।

Leave A Reply

Your email address will not be published.