ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୧୬୩,ସୁସ୍ଥ ସଂଖ୍ୟା ୨୮୫୪ ପହଞ୍ଚିଲା ।

0 1,204

ଭୁବନେଶ୍ଵର ,(ପିପିଟି)୧୬/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୯୮ ମଧ୍ୟରୁ ୬୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୩୬୯ ମଧ୍ୟରୁ ୨୫୯ ଜଣ ସୁସ୍ଥ  ହୋଇଛନ୍ତି । ନୂତନ ଆକ୍ରାନ୍ତ ୧୦୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୦୫୫୬୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୪୧୬୩ ଚିହ୍ନଟ ହୋଇଛନ୍ତି । ୨୮୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୨୯୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୦୮ ଜଣଙ୍କ ମଧ୍ୟରୁ ୯୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.