ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯୦୯,ସୁସ୍ଥ ସଂଖ୍ୟା ୨୫୯୪ ପହଞ୍ଚିଲା ।

0 1,174

ଭୁବନେଶ୍ଵର ,(ପିପିଟି)୧୪/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୮୨ ମଧ୍ୟରୁ ୫୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୩୫୫ ମଧ୍ୟରୁ ୨୧୩ ଜଣ ସୁସ୍ଥ  ହୋଇଛନ୍ତି । ନୂତନ ଆକ୍ରାନ୍ତ ୧୮୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୦୦୦୧୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୩୯୦୯ ଚିହ୍ନଟ ହୋଇଛନ୍ତି । ୨୫୯୪ ଜଣ ସୁସ୍ଥ ହୋଇଥିବା ବେଳେ ୧୩୦୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୮୬ ଜଣଙ୍କ ମଧ୍ୟରୁ ୧୭୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.