ଭୁବନେଶ୍ଵର ,(ପିପିଟି)୦୫/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୫୩୩ ମଧ୍ୟରୁ ୩୫୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୨୯୩ ମଧ୍ୟରୁ ୨୪୨ଜଣ ସୁସ୍ଥ ହୋଇଛନ୍ତି ।ନୂତନ ଆକ୍ରାନ୍ତ ୧୩୦ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୬୯୦୧୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜେଟିଭ ୨୬୦୮ ଚିହ୍ନଟ ହୋଇଛନ୍ତି । ୧୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ୧୧୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୧୩୦ ଜଣଙ୍କ ମଧ୍ୟରୁ ୧୨୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୦୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।