ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୬୦ ଛୁଇଁଲା,୮୧୨ ଜଣ ସୁସ୍ଥ ।

0 1,399

ଭୁବନେଶ୍ଵର ,(ପିପିଟି)୨୮/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୯୪ ମଧ୍ୟରୁ ୨୮୩ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୨୫୩ ରହିଛି ।ନୂତନ ଆକ୍ରାନ୍ତ ୬୭ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୩୯୩୧୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୧୬୬୦ ଚିହ୍ନଟ ହୋଇଛନ୍ତି । ୮୧୨ ଜଣ ସୁସ୍ଥ ହୋଇଥିବା ବେଳେ ୮୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୬୭ ଜଣଙ୍କ ମଧ୍ୟରୁ ୬୫ଜଣ କ୍ବାରେଣ୍ଟାଇନ୍ ସେଣ୍ଟର, ୨ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.