ରାଜସ୍ବ ନିରୀକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ।

0 140

ମାଲକାନଗିରି,ତା:୦୫/୦୮(ପିପିଟି); ମୋଟୁ ତହସିଲ ଅନ୍ତର୍ଗତ ଏମଭି- ୭୯ ରାଜସ୍ୱ ନିରୀକ୍ଷକ ମୁଖ୍ୟ ରାସ୍ତା କଡରେ ନିର୍ମିତ ଏକାଧିକ ଦୋକାନ ଗୃହକୁ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏମଭି -୭୯ ରାଜସ୍ଵ ନିରୀକ୍ଷକ ସୂରଜ କୁମାର ବାଲା ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଲାଛିପେଟା ମୌଜାର ୪ଟି ଦୋକାନ ଗୃହକୁ ଏକ ଜେସିବି ଆଣି ଭାଙ୍ଗି ଥିଲେ। ଏହି ଖବର ଶୁଣି ଦୋକାନ ଗୃହ ନିର୍ମାଣ କରିଥିବା ଅଖିଲ ପାଲ, ବିଧାନ ରାୟ ଏବଂ ସୀତା କୁଞ୍ଜ ଘଟଣା ସ୍ଥଳରେ ପହଞ୍ଚି ରାଜସ୍ବ ନିରୀକ୍ଷକଙ୍କ ଏଭଳି କାର୍ଯ୍ଯକୁ ବିରୋଧ କରିଥିଲେ। ତେବେ ରାଜସ୍ଵ ନିରୀକ୍ଷକ ଜଣଙ୍କ ମଦ୍ୟପାନ କରିଥିବାରୁ ସରକାରୀ ଜାଗାରେ କୌଣସି ଘର ନିର୍ମାଣ ହେବାକୁ ଦେବି ନାହିଁ କହିବା ସହ ଗାଳିଗୁଲଜ କରିଥିଲେ ବୋଲି ଅଖିଲ, ବିଧାନ ରାୟ ଅଭିଯୋ କରିଛନ୍ତି। ଏଥିସହ ସୀତା କୁଞ୍ଜ ନାମକ ଜଣେ ବ୍ୟକ୍ତିଙ୍କ ବାସ ଗୃହକୁ ମଧ୍ଯ ରାଜସ୍ୱ ନିରୀକ୍ଷକ ବିନା ନୋଟିସରେ ଭାଙ୍ଗିଦେଇ ଥିବା ଅଭିଯୋଗ ହୋଇଛି। ସରକାରୀ ସ୍ଥାନରୁ କୌଣସି ନିର୍ମାଣକୁ ଭାଙ୍ଗିବା ପୂର୍ବରୁ ନୋଟିସ ଦିଆଯିବାକୁ ନିୟମ ଥିବା ବେଳେ ସ୍ଥାନୀୟ ଆରଆଇ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିବା ସହ ମଦ୍ୟପାନ କରି ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏ ବାବଦରେ ମୋଟୁ ତହସିଲଦାରଙ୍କୁ ପଚାରିବାରୁ ସେ ଆସନ୍ତା କାଲି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଜଣେ ରାଜସ୍ୱ ନିରୀକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.