ରଣପୁରରେ ଓଡିଶା ବନ୍ଦକୁ ବିପୁଳ ସମର୍ଥନ।

0 265

ବୋଲଗଡ଼,୧୫/୦୭(ପିପିଟି), ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ,ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ ସିପିଆଇ (ଏମ) ସମେତ ବାମପନ୍ଥୀ ଦଳମାନ ଙ୍କ ଆହ୍ବାନକ୍ରମେ କଂଗ୍ରେସ,ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ ଆଜି ୧୫ଜୁଲାଇ “ଓଡିଶା ବନ୍ଦ” ରଣପୁର ରେ ବିପୁଳ ସମର୍ଥନ ମିଳିଥିଲା ବେଳେ ସରକାରୀ ଅଫିସି ଗୁଡିକ ,ରାସ୍ତା ଘାଟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାବେଳେ ବଜ଼ାର ଗୁଡିକ ମଧ୍ୟ ବନ୍ଦ ଥିଲା। ସକାଳ ୭ଟା ସମୟରୁ ଆରମ୍ଭ ଓଡିଶା ବନ୍ଦ କାର୍ଯ୍ୟକ୍ରମ ପ୍ରଥମେ ସରକାରୀ ଅଫିସି ଗୁଡିକ ସମ୍ମୁଖରେ ଆନ୍ଦୋଳନ କାରୀ ମାନେ ପିକେଟିଂଙ୍ଗ୍ କରିଥିଲା ବେଳେ ପଞ୍ଚୁଦୋଳ ପଡିଆ ଠାରେ ଆନ୍ଦୋଳନ କାରୀ ମାନେ ରାସ୍ତା ଉପରେ ବସି ରହିଥିଲେ। ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା,ସୁରେଶ ସ୍ବାଇଁ ,ଭିକାରୀ ସାହୁ,ସବ୍ୟସାଚୀ ସେନାପତି,ସୁଶୀଲ ମହାନ୍ତି,ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ, ପୂର୍ଣ୍ଣିମା ମହାପାତ୍ର, ଶାନ୍ତିଲତା ରଗଡ ,ରଜତ ଜେନା ଓ କୁଳମଣି ପଲେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ମୋଦୀ ସରକାରଙ୍କ ଆକାଶ ଛୁଆଁ ଦରବୃଦ୍ଧି ନୀତି କୁ ତୀବ୍ର ନିନ୍ଦା କରିଥିଲେ।ଶହେ ଦିନରେ ଦର ଦାମ କମେଇବା କହି କରନା ଆତଙ୍କ ସମୟରେ ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସ,ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଵୃଦ୍ଧି ଯୋଗୁଁ ସାଧାରଣ ଲୋକେ ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତାମାନେ କହିଥିଲେ।ଏହା ଦ୍ବାରା ଗରୀବ ଲୋକଙ୍କ ପକେଟ ଲୁଟ୍ ହେଲାବେଳେ ପୁଞ୍ଜିପତି ଙ୍କ ପକେଟ ଭରୁଛନ୍ତି ଏ ସରକାର।ସରକାର ତୁରନ୍ତ ଦରବୃଦ୍ଧି ନୀତି ପ୍ରତ୍ୟାହାର କରିବା ସହ ସମସ୍ତଙ୍କୁ ମାଗଣା କରନା ଟୀକା ଯୋଗାଇ ଦେବା। ଗରୀବ ପରିବାରକୁ ୧୦କେଜି ଚାଉଳ,ଗହମ ଓ ଆୟକର ଦେଉ ନଥିବା ପରିବାରକୁ ମାସିକ ୭୫୦୦ଟଙ୍କା ଜୋଗାଇ ଦେବାକୁ ଦାବି କରିଥିଲେ।ପରେ ଆନ୍ଦୋଳନକାରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ବଜ଼ାର ପରିକ୍ରମା କରିଥିଲେ । ଆନ୍ଦୋଳନକୁ ରଣପୁର ବାସୀ ସଫଳ କରିଥିବାରୁ ପାର୍ଟି ତରଫରୁ ଧନ୍ୟବାଦ ଦେଇଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.