ରକ୍ତର ବିଭୀଷିକା ସାଜିଛି ଛେଲିଆମାଲ ଜଙ୍ଗଲ !

0 868

ପଦ୍ମପୁର,ତା-୨୦/୦୬(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଥାନା । ହେଲେ ଏଇ କିଛିଦିନ ତଳେ ଏକ ମହିଳାର ଗଳିତ ଶବ ଏଇ ଅଞ୍ଚଳର  ଜଙ୍ଗଲ ମଧ୍ୟରେ ଗଳିତ ଶବକୁ ପାଇକମାଲ ପୋଲିସ ଉଦ୍ଧାର ସମେତ ଦୋଷିକୁ ଦଣ୍ଡିତ କରା ଯାଇଛି । ପୁଣି ଗତକାଲି ଏକ  ଲୋମହର୍ଷଣ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଏଇ ଜଙ୍ଗଲରେ  ଛେଲିଆମାଲ ଗ୍ରାମର ମକର୍ଧ୍ୱଜ ନାଏକଙ୍କ ୧୯ ବର୍ଷିୟ ତପସ୍ୱିନୀ ନାଏକଙ୍କୁ କେହି ଜଣେ ଅମାନୁଷିକ ମଣିଷ ଗଳାକାଟି ହତ୍ୟା କରିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ  ନିଜ ସମ୍ପର୍କୀୟ ଘର ବନମାଲକୁ ଏକ ଗାଡିରେ ଛେଲିଆମାଲ ରୁ କେତେକ ନିଜ ନିଜ ଲୋକ ଙ୍କୁ ଧରି ମକର୍ଧ୍ବଜ ନିଜ ସ୍ତ୍ରୀ ସହିତ ଯାଇଥିଲେ । ତାଙ୍କର ପୁଅ ଗୋଟିଏ ଓ ଝିଅ ଗୋଟିଏ । ସେମାନେ ମଧ୍ୟ ସାଙ୍ଗରେ ଯାଇଥିଲେ । କେତେକ ଅସୁବିଧା ହେତୁ ମାଁ-ବାପା ଦୁହେଁ ଦୁଇ ଛୁଆଙ୍କୁ ଯାଇଥିବା ଲୋକଙ୍କ ସହିତ ଛେଲିଆମାଲକୁ ପଠାଇଦେଇଥିଲେ ଓ କହିଥିଲେ ସକାଳେ ମହୁଲଗଛକୁ ଯାଇ ମହୁଲ ଫଳ ସଂଗ୍ରହ କରିଥିବା । ଆମେ ଦୁହେଁ ଯାଇ ପହଞ୍ଚିବୁ ,ହେଲେ କଣ ବାପା ଜାଣିଥିଲେ କି ଆମ ଅନୁପସ୍ଥିତ ରେ ଏଭଳି ହତ୍ୟାକାଣ୍ଡ ଘଟିବ ବୋଲି । ବାପା ମା ଙ୍କ କଥାମୁତାବକ ଝିଅ ଯାଇଥିଲା ନିଜ ମହୁଲଗଛରୁ ପଡୁଥିବା ମହୁଲ ଫଳ ସଂଗ୍ରହ ଉଦ୍ଦେଶ୍ୟରେ ,ହେଲେ ଆଉ ଝିଅ ଘରକୁ ଫେରି ନଥିଲା । ଝିଅ ନ ଆସିବାରୁ ପରିବାର ଲୋକ ଅନେକ ଖୋଜାଖୋଜି କରି ଥିଲେ । ଶେଷରେ ସନ୍ଧ୍ୟା ସମୟରେ ଟେମରୀ-ଛେଲିଆମାଲ ସୀମାନ୍ତ ଜାମନାଲି ରେ ତପସ୍ୱିନୀର ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ରକ୍ତାକ୍ତ ଶବ ଦେଖିବାକୁ ମିଳିଥିଲା । ଖବର ପାଇ ପାଇକମାଲ ପୋଲିସ କାଳବିଳମ୍ବ ନକରି ଘଟଣା ସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି । ଆଜି ମୃତଦେହ ବ୍ୟବଚ୍ଛେଦ ସକାଶେ ପଦ୍ମପୁରକୁ ପଠାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.