ରକ୍ତଦାନ କରି ଶିଶୁର ଜୀବନ ବଞ୍ଚାଇଲେ ସାମ୍ବାଦିକ ।

0 411

ବ୍ରହ୍ମପୁର,୦୬/୦୮(ପିପିଟି); ଲକ୍ ଡାଉନ ସମୟରେ ଭଞ୍ଜନଗର ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ଥିବା ବେଳେ ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତେଇ ଗ୍ରାମର ଭରତ ବସନ୍ତରାୟଙ୍କ ୫ବର୍ଷର ପୁଅ ପ୍ରେମ ବସନ୍ତରାୟ ୬ମାସରୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ମାସରେ ରକ୍ତ ଗ୍ରହଣ କରି ଆସୁଛନ୍ତି । ଗତ ଚାରି ଦିନ ହେଲା ଭରତ ପୁଅକୁ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ରକ୍ତ ଯୋଗାଡ଼ କରିପାରି ନଥିଲେ।ଶେଷରେ ନିରାଶ ହୋଇପଡିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭରତ ଆମ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ। ଭରତ ଠାରୁ ସମସ୍ତ କଥା ଶୁଣିସାରି ସାମ୍ବାଦିକ ଶ୍ରୀ ପଟ୍ଟନାୟକ ନିଜେ ରକ୍ତଦାନ କରି ସେହି ଛୋଟ ଶିଶୁଟିର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଭରତ ଓ ତାଙ୍କ ପତ୍ନୀ ଜୟନ୍ତୀ ଉଭୟେ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.