ଯୁବତୀଙ୍କ ସନ୍ଦେହ ଜନଙ୍କ ମୃତ୍ୟୁ ।

0 619

ପୋଲସରା,ତା-୨୪/୦୬(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ  ଝିଅ ମଞ୍ଜୁସା ପ୍ରଧାନ  ସନ୍ଦେହ ଜନକ  ଭାବେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ ତଳେ ଜଣେ ଗୁଜରାଟି  ଜାତିର ପୁଅ ସହିତ କେଉଁ ଆଡେ ଫେରାର ହୋଇ ଯାଇଥିଲା ବେଳେ  ଗତ ୮ ମାସ ତଳେ ନିଜ ଗ୍ରାମ କୋଙ୍କରଡାକୁ ଫେରି ଏକ ଭଡ଼ା ଘରେ ରହୁଥିଲେ । ହେଲେ  ଆଜି  ସକାଳୁ  ଝିଅ ମଞ୍ଜୁସା  ମୃତ୍ୟୁ ହୋଇଥିବା ଜାଣି  ବାପା ପୋଲସରା ଥାନାରେ ପହଞ୍ଚି ତାଙ୍କ ଝିଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଏତଲାରେ ଦର୍ଶାଇଛନ୍ତି । ଯାହାକୁ ନେଇ ପୋଲସରା ପୋଲିସ ୧୫୯/୨୦ ରେ ଏକ ମାମଲା ରୁଜ୍ଜୁ କରିବା ସହ  ଉକ୍ତ ଭଡ଼ା ଘରେ ପହଞ୍ଚି ମୃତ୍ୟୁ ଶବକୁ ଜବତ କରିବା ସହ ମୃତ ଶବକୁ   ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁରକୁ  ପଠାଇ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.