ଯୁବକ ସଂଘ ତରଫରୁ ମାଗଣାରେ ରନ୍ଧନ ଖାଦ୍ୟ ବଣ୍ଟନ ।

0 331


ପୋଲସରା,(ପିପିଟି ନ୍ଯୁଜ୍)୨୭/୦୩ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି ।ଏହି ଭଳି ଘଡିସନ୍ଧି ମୂହୁର୍ତ୍ତ ଗମନାଗମନ, ହୋଟେଲ ,ମନ୍ଦିର ଓ ଆହାର କେନ୍ଦ୍ର ମଧ୍ୟ ବନ୍ଦ ହୋଇଯାଇଛି ।ଏହି ଘଟଣାରେ ଫୁଟ୍ ପାଥରେ ଜୀବନ ବଞ୍ଚିଥିବା ଲୋକ ଓ ପଶୁଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖା ଦେଇଛି । ପୋଲସରା ସ୍ଥାନୀୟ ଚାଚା ନେହେରୁ ଯୁବକ ସଂଘ ତରଫରୁ ଭାତ ଓ ଡାଲମା ରନ୍ଧନ କରାଯାଇ ଏକ ଡାଲା ଅଟୋରେ ରଖି ରାସ୍ତା ପାର୍ଶ୍ବରେ ଥିବା କିଛି ଗରୀବ ଓ ଭିକାରୀ ମାନଙ୍କୁ ଖାଇବା ପାଇଁ ଦିଆଯିବା ସହିତ ବୁଲା କୁକୁର ଓ ଗାଇ ମାନଙ୍କୁ ଖାଇବା ପାଇଁ ଦିଆଯାଇଛି ।ସଂଘର ଯୁବକ ମାନଙ୍କ କାର୍ଯ୍ୟଶୈଳୀକୁ ସାଧାରଣରେ ଭୂରି ଭୂରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.