ଯାଜପୁର ଜିଲ୍ଳାରେ କୋଭିଡ-୧୯ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ।

0 324

ଯାଜପୁର, ତା ୧୮/୦୬(ପିପିଟି) ; ସଂପ୍ରତ୍ତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଚ୍ଥି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଚ୍ଥି ଯେ, ସଂପ୍ରତ୍ତି କୋଭିଡ-୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ତଥା ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଏବଂ ଭକ୍ତ ବୃନ୍ଦ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଗଲା ଯେ,  ୨୦୨୦ ମସିହା ପାଇଁ ଯାଜପୁର ଜିଲ୍ଳାର ସମସ୍ତ ଜଗନ୍ନାଥ ମନ୍ଦିରରେ ଆସନ୍ତା ତା ୨୩/୦୬/୨୦୨୦ ରିଖରେ ହେବାକୁ ଥିବା ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଚଳିତ ବର୍ଷ ସ୍ଥଗିତ ରଖାଗଲା । ଏହି ସମୟରେ ଶ୍ରୀ ଜଗନ୍ନାଥଙ୍କ ନବ ଦିନାତ୍ମକ,ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ସୀମିତ ସେବାୟତଙ୍କ ଦ୍ୱାରା ସଂପନ୍ନ କରାଯିବ । ଉକ୍ତ ସମୟରେ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ କରାଗଲା । ଏହି ନୀତିକାନ୍ତି ସମୟରେ ସମସ୍ତ ସେବାୟତ ସାମାଜିକ ଦ୍ଥରତା, ମାସ୍କ ବ୍ୟବହାର ତଥା କୋଭିଡ-୧୯ ସଂପର୍କିତ ସମସ୍ତ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବେ । ଏହି ନିୟମ ଯାଜପୁର ଜିଲ୍ଳାର ସମସ୍ତ ଜଗନ୍ନାଥ ମନ୍ଦିରରେ ହେବାକୁ ଥିବା ଘୋଷଯାତ୍ରା ପାଇଁ ଲାଗୁ କରାଗଲା ବୋଲି ଜିଲ୍ଳାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।

Leave A Reply

Your email address will not be published.