ମୟୁର ଶିକାରୀଙ୍କୁ ଧରି ଗାଁ ଲୋକ ବନ ବିଭାଗକୁ ହସ୍ତାନ୍ତର କଲେ,ସନ୍ଦେହରେ ବନ ବିଭାଗର କାର୍ଯ୍ୟକଳାପ ।

0 2,255

କୋଦଳା/ପୋଲସରା,୧୮/୦୪-କୋଦଳା ଓ ପୋଲସରା ଅଞ୍ଚଳରେ ବେଆଇନ୍ ଚୋରା କାଠ ଚାଲଣ ସଙ୍ଗକୁ ଆବଧରେ ବନ୍ଯ ଜନ୍ତୁଙ୍କ ଶୀକାର ଚାଲିଥିଲେ ମଧ୍ୟ ବନ ବିଭାଗ ଅଧିକାରୀ ଧର୍ମକୁ ଆଖିଠାର ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି  ନିଜର ଫାଇଦା ପ୍ରତି ଅଧିକ ଯତ୍ନଶୀଳ ରହୁଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି ।ଆଜି ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସାନଉସ୍ତାପଡା ରେ ଗାଁ ଲୋକ ମାନେ ଜଣେ ମୟୁର ଶିକାରୀଙ୍କୁ ଧରି ଜାଲ ଓ କାତି ସହ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିଛି ସାନ ଉସ୍ତାପଡା ଅଞ୍ଚଳରେ ମୟୁର ସଂଖ୍ୟା ଅଧିକ ଥିବା ପରିଲକ୍ଷିତ ହେଉଥିଲା ।ମୟୁର ମାନେ ନିର୍ଭୟରେ ଉକ୍ତ ଅଞ୍ଚଳରେ ବିଚରଣ କରୁଥିଲେ କିନ୍ତୁ ମୟୁର ସଂଖ୍ୟା କମିବା ଯୋଗୁଁ ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଲକ୍ ଡାଉନ ଯୋଗୁଁ ଗାଁର କିଛି ଯୁବକ ମୟୁର ଖାଇବା ଓ ପିଇବା ପାଇଁ ପାଣି ବିଭିନ୍ନ ଅଞ୍ଚଳର ରଖୁଥିଲେ ।ଜେନୈକ ଶିକାରୀ ପ୍ରତ୍ୟେକ ଦିନ ସକାଳେ ଗାଁ ରାସ୍ତା ଦେଇ ଯାଏ କିନ୍ତୁ ସେହି ରାସ୍ତା ରେ ଫେରେ ନାହିଁ । ଆଜି ସକାଳେ ଶିକାରୀ ମୟୁର ପାଇଁ ରଖା ଯାଇଥିବା ଖାଦ୍ୟ ଓ ପାଣି ନିକଟରେ ଜାଲ ବିଛାଇ ଥିବା ବେଳେ ଗାଁ ଲୋକ ମାନେ ଶିକାରୀଙ୍କୁ ଧରି ଜାଲ ଓ କାତି ସହ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି କିନ୍ତୁ ବନ ବିଭାଗ ଅଧିକାରୀଙ୍କ ତଦନ୍ତ ସନ୍ଦେହ ସୃଷ୍ଟି ହେଉଛି । ଏହି ଘଟଣା ସଂପର୍କରେ କୋଦଳା ଫରେଷ୍ଟରଙ୍କୁ ଫୋନ୍ ଯୋଗେ ଘଟଣା ସଂପର୍କରେ ପଚାରିବାରୁ ସେ କହିଥିଲେ ପୋଲସରା ରେଞ୍ଜର ଆସିଲେ ସେ ହିଁ କେସ୍ ସଂପର୍କରେ କହିବେ ।ପୋଲସରା ରେଞ୍ଜର ଘଟଣା ସଂପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ନଦେଇ ତରବର ଭାବରେ କେସ୍ ନମ୍ବର ୭/୨୦-୨୧ ରେ କୋର୍ଟ ଚାଲାଣ କରିଛନ୍ତି ।ରେଞ୍ଜରଙ୍କ ପାଖରେ ସମୟ ଅଭାବରୁ ଆସାମୀର ଫଟୋ ଉଠାଇ ନାହିଁନ୍ତି ବୋଲି ସାମ୍ବାଦିକଙ୍କୁ ମେସେଜରେ ଜାଣାଇ ଦେଲେ ।ଶିକାରୀ ର ନାମ ମଜିଦ୍ ଖାନ୍ (୪୦)ବୋଲି ରେଞ୍ଜରଙ୍କ ମେସେଜରୁ ଜଣାପଡିଛି ।ପୋଲସରା ଓ କୋଦଳା ଅଞ୍ଚଳରେ ଆବଧ ବନ୍ଯ ଜନ୍ତୁଙ୍କ ଶୀକାର ଚାଲିଥିଲେ ବେଳେ  ବନ ବିଭାଗ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବ ସନ୍ଦେହ ସୃଷ୍ଟି ହେଉଛି । ପୂର୍ବରୁ ବ୍ରହ୍ମପୁର ଡିଏଫଓଙ୍କୁ ଭିଜିଲାନ୍ସ ରେଡ୍ ହୋଇ ସାରିଛି ।କୋଦଳା ଓ ପୋଲସରା ଅଞ୍ଚଳର କାଠ ମାଫିଆ,ଶିକାରୀ ଓ ବନ ବିଭାଗର ମଧୁଚନ୍ଦ୍ରିକା ପ୍ରତି ଭିଜିଲାନ୍ସ ବିଭାଗ ନଜର ରଖିବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ଆଜିର ଘଟଣାରେ ମୟୁର ଶିକାର ଘଟଣାର ଖୁଲାସା ହୋଇ ପାରିଥାନ୍ତା । କେବେ ଠାରୁ ମୟୁର ଶିକାର ଚାଲିଛି,ଏଥିରେ ଅନ୍ୟ ମାନଙ୍କର ସଂପୃକ୍ତି ଏବଂ ମୟୁର କେଉଁଠିକୁ ଚାଲଣ ହେଉଥିଲା ସେ ଦିଗ ପ୍ରତି ପୋଲସରା ଫରେଷ୍ଟ ରେଞ୍ଜର ତଦନ୍ତ ପ୍ରତି ଧ୍ଯାନ ଦେଇଛନ୍ତି କି ବୋଲି ପ୍ରଶ୍ନ ଉଠୁଛି । ଗାଁ ଲୋକ ମାନେ ଧରିପାରିଲେ କିନ୍ତୁ ବନ ବିଭାଗ ପାଖରେ ଖବର ଥିଲେ ମଧ୍ୟ ଆଗରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଦ୍ୟମ କଲେ ନାହିଁ ଏହି ଭଳି ଅନେକ ପ୍ରଶ୍ନ ଉଠୁଛି । ମୟୁର ହେଉଛି ଜାତୀୟ ପକ୍ଷୀ । ତାର ସୁରକ୍ଷା ପାଇଁ ବନ୍ଯ ଜନ୍ତୁ ସୁରକ୍ଷା ଆଇନ ୧୯୭୨,ଧାରା 51(1-A) ରହିଛି ।ମୟୁର ଶୀକାର ଘଟଣାର ବିରାଟ ରାକେଟ୍ କୁ ଧରିବାରେ ପୋଲସରା ରେଞ୍ଜର ହାତ ଛଡା କଲେ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ।

ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.