ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ବିଡ଼ିଓଙ୍କୁ ଅଭିଯୋଗ ।

0 881

ବେଗୁନିଆପଡା ,୨୧/୦୮(ପିପିଟି) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ଜନୈକ ବ୍ୟକ୍ତି ବେଗୁନିଆପଡା ବିଡ଼ିଓଙ୍କ ଆଗରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପଞ୍ଚାୟତର ଧୋବଣୀ ଗୋଛାୟତ, ଦରମାରୀ ଗୋଛାୟତ, ଉଦୟ ମହାରଣା ସମେତ କେତେକ ବ୍ୟକ୍ତି ମୃତ୍ଯୁ ବରଣ କରିଥବା ବେଳେ ପଞ୍ଚାୟତ ପକ୍ଷରୁ ଏବେବି ସେମାନଙ୍କ ନାମରେ  ରାସନ ସାମଗ୍ରୀ ବଣ୍ଟନ କରାଯାଇଆସୁଅଛି । ସରପଞ୍ଚ, ଯୋଗାଣ ସହାୟକ ଏବଂ ଡିଲରଙ୍କ ମଧୁଚନ୍ଦ୍ରିକାରେ ଜନତାଙ୍କ ଅର୍ଥ ହରିଲୁଟ ଚାଲିଥିବା ସେ ଅଭିଯୋଗ କରିଛନ୍ତି । କାରଣ ସରପଞ୍ଚ ଙ୍କ ପୁଅ ଯୋଗାଣ ସାହାୟକ ହୋଇଥିବା କାରଣରୁ ସନ୍ଦେହ ଅଧିକ ଘନୀଭୂତ ହେଉଥିବା କହିଛନ୍ତୁଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାର ନକଲ ସଚିବ, ଯୋଗାଣ ବିଭାଗ,ଭୁବନେଶ୍ୱର ;ଜିଲ୍ଲାପାଳ, ଗଞ୍ଜାମ ,ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଗଞ୍ଜାମ, ବ୍ରହ୍ମପୁର ,ଉପ ଜିଲ୍ଲାପାଳ, ଗଞ୍ଜାମ, ଛତ୍ରପୁରଙ୍କୁ ପ୍ରେରଣ କରିଛନ୍ତି । ଏହି ଘଟଣା ସଂପର୍କରେ ବିଡିଓ ଦେବ ବର ପ୍ରଧାନଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଅଭିଯୋଗ ଆସିଛି । ମୁଁ ଏମ୍.ଆଇ. ଙ୍କୁ ନିର୍ଦ୍ଦେଶ ଦେଇଛି ସେ ତଦନ୍ତ କରି ଜଣାଇବେ ।

Leave A Reply

Your email address will not be published.