ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ।

0 177

ପଦ୍ମପୁର,(ପିପିଟି ନ୍ଯୁଜ୍)୨୦/୦୪:- ଓଡିଶା ଜୀବିକା ମିଶନ ଦ୍ୱାରା ପରିଚାଳିତ ଭେଉଁରିଆ ପଂଚାୟତ ସ୍ତରୀୟ ମହିଳା ମହାସଂଘର ଏକ ପ୍ରତିନିଧି ଦଳ ଅାଜି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁୱାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୩ ହଜାର ଟଙ୍କାର ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛିା ସେଭଳି ଭେଉଁରିଆ ଗ୍ରାମପଂଚାୟତ ର ଜଣାଶୁଣା ସରପଂଚ ଶ୍ରୀମତି ରଜନୀ ସାହୁ ମଧ୍ୟ ଉପସ୍ଥିତ ରହି ୫ ହଜାର ଟଙ୍କାର ରାଶି ଚେକ ଆକାର ରେ ଉପଜିଲ୍ଲାପାଳ ମହାଶୟ ଙ୍କୁ ପ୍ରଦାନ କରିଛନ୍ତିା ପଦ୍ମପୁର ବ୍ଲକ ଜୀବିକା ମିଶନ ର ପରିଚାଳକ ଶ୍ରୀମାନ ସତ୍ୟ କୁମ୍ଭାର ଙ୍କ ପ୍ରେରଣା ରେ ଏମ.ବି.କେ – ଦିବ୍ୟଶାଳିନୀ ପଟେଲ,ଭାବନା ମଗର,ସସ୍ମିତା ସିଂ ଶ୍ରୀଦାର,ରୁପସାରଭାନୁ ଆଦି ଭେଉଁରିଆ,ବୁଧାପାଲି ଓ ଦେଉଳୀ ଗ୍ରାମର ୩୪ ଟି ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ରୁ ଉକ୍ତ ରାଶି ସଂଗ୍ରହ କରାଯାଇଥିଲାା ଚେକ ପ୍ରଦାନ ସମୟ ରେ ପୁଷ୍ପାଂଜଳୀ ସାହୁ,ଘନକେଶୀ ସାହୁ,ବିନୋଦିନୀ ସାନବର୍ଷା,ପ୍ରତିମା ପାଣ୍ଡେ,କାଞ୍ଚନ ସାହୁ,ଡାଳିମ୍ବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ଠାରୁ ପ୍ରକାଶ ।ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.