ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

0 31

ପଦ୍ମପୁର,(ପିପିଟି ନ୍ଯୁଜ୍)୧୦/୪: କୁବେର ସମାଜ ପଶ୍ଚିମାଞ୍ଚଲ ତଥା ଛତିଶଗଡ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି  କୁ ସହାୟତା  । କୋଭିଡ଼ -୧୯ ବିରୁଦ୍ଧରେ ଲଢେଇ କରୁଥିବା ଓଡିଶା ସରକାରଙ୍କୁ ସଶକ୍ତ କରିବା ପାଇଁ କୁବେର ସମାଜ ପଶ୍ଚିମାଞ୍ଚଲ ଓ ଛତିଶଗଡ ମହାସଭା ତରଫରୁ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କା ମାତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି ବୋଲି ମହାସଭା ସଭାପତି ରାମହରି ସାହୁ ସୂଚନା ଦେଇଛନ୍ତି l ସମାଜର ପ୍ରତିଟି ବ୍ୟକ୍ତି ନିଜ ନିଜ ସାଧ୍ୟ ମତେ ସରକାରଙ୍କୁ ସହଯୋଗ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥିବା କୋଭିଡ -୧୯ ସମ୍ପର୍କିତ ପ୍ରତିଟି ନିଷ୍ପତ୍ତିକୁ ସମ୍ମାନର ସହିତ ପାଳନ କରିବାକୁ ଅନୁରୋଧ କରିଛନ୍ତି  l ସେହିପରି ଛିନ୍ଦେଇକେଲା ହାଇସ୍କୁଲ ପରିସରରେ ଛିନ୍ଦେଇକେଲା ମହିଳା ସଂଘ ତରଫରୁ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଏଲଏମ ମରଲିଧର ଗଡତିଆଙ୍କ ଜରିଆରେ ୬୫୦୦ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ ସଂଘର ସଭାନେତ୍ରୀ ହେମଲତା ସାହୁ ସମେତ ସମସ୍ତ ଯେ.ପି.ଏଲ.ଏଫ ଓ ଏସ.ଏଚ.ଜି ଗ୍ରୁପର ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.