ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ ।

0 38

କୋଦଳା,(ପିପିଟି)୦୧/୫ : କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ, ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ କୋଦଳା ଥାନା ରେ କାର୍ଯ୍ୟରତ ଗୃହରକ୍ଷୀ ରଶ୍ମିରଞ୍ଜନ ପଣ୍ଡା ସରକାରଙ୍କ ତରଫରୁ ପାଇଥିବା ପ୍ରୋତ୍ସାହନ ରାଶି ୬୧୭ ଟଙ୍କାକୁ ସେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ  କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।ସେ ପୂର୍ବରୁ ମଧ୍ୟ ନାମ ସଂକୀର୍ତ୍ତନ ଠାରେ ବ୍ରାହ୍ମଣ ଓ ସେବାୟତଙ୍କୁ ବସ୍ତ୍ରଦାନ ଦାନ ସହିତ କିଛି ଅର୍ଥ ଦାନ ମଧ୍ୟ କରିଥିଲେ ।

Leave A Reply

Your email address will not be published.