ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅସରାଏ ବର୍ଷାରେ ଜନସାଧାରଣ ହନ୍ତସନ୍ତ।

0 620

ହିଞ୍ଜଳିକାଟୁ,(ପିପିଟି ନ୍ଯୁଜ୍)୦୨/୦୬,କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରାଳବ ଗ୍ରାମର ସୁନାରି ସାହିରେ।ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।ଉକ୍ତ ସାହିର ରାସ୍ତାଟି ଦୀର୍ଘ  ୨୨ ବର୍ଷ ହେବ ନିର୍ମାଣ ହୋଇ ନଥିବାରୁ ସାମାନ୍ୟ ବର୍ଷାରେ ପାଣି ଜମି ରହୁଥିବା ଅଭିଯୋଗ କରିଛନ୍ତି।ଏହି ବିଷୟରେ ସରପଞ୍ଚଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ  ନଜାଣିଲା ଭଳି ଅଭିନୟ କରିବାର କାରଣ କଣ ହୋଇ ପରେ ! ଏଠି ପ୍ରଶ୍ନ ଉଠୁଛି ଦୀର୍ଘ  ୨୨ବର୍ଷରେ କିପରି ରାସ୍ତାଟି ଥରୁଟିଏ ବି ନିର୍ମାଣ ହୋଇନାହିଁ  ନା ଏହି ରାସ୍ତା ନାମରେ ଜାଲିଆତି ବିଲ୍ ପାସ୍ କରି ଟଙ୍କାକୁ ହଡ଼ପ କରିଦେଇଛନ୍ତି ତାହା ଏବେ ସନ୍ଦେହ ଘେରରେ ! ଏହାର ସତ୍ୟାସତ୍ୟ ତଦନ୍ତ କରିବା ସହ ବର୍ଷା ଦିନ ଆଗରୁ ଏହି ରାସ୍ତାଟିକୁ ନିର୍ମାଣ କରିବା ପାଇଁ ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଯଦି ଏହାର ପ୍ରତିକାର ଶୀଘ୍ର ନହୁଏ ତାହାଲେ ଆଗାମୀ ଦିନରେ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି।
ରିପୋର୍ଟ – ବିକାଶ କୁମାର ମହାପାତ୍ର ।

Leave A Reply

Your email address will not be published.