ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୟୁରିଆ ସାର ଅଭାବ,ଚାଷୀ ହନ୍ତସନ୍ତ ।

0 655

ଶେରଗଡ,୧୮/୦୮(ପିପିଟି); ସାର ପାଇଁ ହନ୍ତ ସନ୍ତ ହେଉଛନ୍ତି ଚାଷୀ ଏଭଳି ସମସ୍ୟା ଦେଖା ଦେଇଛି ଶେରଗଡ଼ ବ୍ଲକରେ କେଉଁ ପଞ୍ଚାୟତକୁ ୩ ଗାଡ଼ି ପିଡିଆ ତ ଆଉ କେଉଁ ପଞ୍ଚାୟତ ୪ ଗାଡ଼ି ପିଢ଼ିଆ ଆସିଥିବା ବେଳେ ନରେନ୍ଦ୍ରପୁର ଗ୍ରାମର ସୋସାଇଟିକୁ ମାତ୍ର ୨ ଗାଡ଼ି ପିଡିଆ ଆସିଥିବା କୁହା ଯାଇଛି ଏହା ଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ ଦେଖା ଯାଇଛି । ସୋସାଇଟି ଅଫିସ ର କହିଛନ୍ତି ଯେ ସାର ଅଭାବୀ ଦେଖା ଦେଇଛି ତେଣୁ ଆସୁନାହିଁ । ଚାଷୀ ମାନେ ବାଧ୍ୟ ହୋଇ ବାହାର ଦୋକାନ ରୁ କିଏ ବସ୍ତା ପିଛା ୪୦୦ ଟଙ୍କା ତ ଆଉ କିଏ ୪୫୦ ଟଙ୍କା ଦେଇ ୟୁରିଆ ସାର କିଣିଛନ୍ତି । ଦୋକାନୀ ମାନେ କଳା ବଜାରୀ କରି ମନ ଇଚ୍ଛା ଗରିବ ଚାଷୀ ମାନଙ୍କୁ ଲୁଟୁଥିବା ଦେଖିବାକୁ ମିଳିଛି । ଏହି ଭଳି ପରିସ୍ଥିତିରେ ରେ ଚାଷ କଯ୍ୟରେ ବ୍ୟବହାର କରା ଯାଉଥିବା ୟୁରିଆ ସାର ଅତ୍ୟଧିକ ଚଢ଼ା ଦର ରେ ବିକ୍ରି କରୁଛନ୍ତି ଦୋକାନୀ ମାନେ । କରୋନା ଦାଉ ସାଜୁଥିବା ବେଳେ ଏବେ ଚାଷ କାର୍ଯ୍ୟ ଦାଉ ସାଜୁଛି । ଚାଷୀ ମାନେ ବାଧ୍ୟ ହୋଇ ସାର କିଣୁଛନ୍ତି କିନ୍ତୁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନଥିବା ଦେଖିବାକୁ ମିଳୁଛି ଚାଷୀ ମାନେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ନିରୀହ ଚାଷୀ ମାନଙ୍କ ଦୁଃଖ ବୁଝାନ୍ତୁ । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.