ମୁଖ୍ଯମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ ।

0 206

ପଦ୍ମପୁର – (ପିପିଟି ନ୍ଯୁଜ୍)୦୭/୦୪-କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ଯକ୍ତି ବିଶେଷଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଉଛି । ଏହି କ୍ରମରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ କାର୍ଯ୍ଯାଳୟ ମଧ୍ୟରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଉପସ୍ଥିତିରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପଦ୍ମପୁର ମାରୱାଡି ସମ୍ମିଳନୀ ଶାଖା ତରଫରୁ ଟ ୧ ,୧୫ ,୧୨୦ ୵ ଟଙ୍କାର ଡ୍ରାଫ୍ଟ ଶାଖାର ସଭାପତି ପରମେଶ୍ଵର ଅଗ୍ରୱାଲ, ସଂପାଦକ ରମେଶ ଅଗ୍ରୱାଲ, କୋଷାଧ୍ୟକ୍ଷ କୌଳାସ ଚନ୍ଦ୍ର ଅଗ୍ରୱାଲ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ  ତଥା ସଭ୍ଯ ଗଣ ପ୍ରମୁଖ ମାନଙ୍କ ଦ୍ଵାରା ପ୍ରଦାନ କରା ଯାଇଛି  । ସେହିଭଳି ପଦ୍ମପୁର କେମିଷ୍ଟ ଏସୋସିଏସନ ତରଫରୁ ସଂଘର ସଭାପତି ଦିନ ଦୟାଲ ଅଗ୍ରୱାଲ, ସଂପାଦକ ଅନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତିରେ ୩୧ ହଜାର ଟଙ୍କା ଡ୍ରାଫ୍ଟ ପ୍ରଦାନ  କରାଯାଉଛି । ବରିକେଲ ସରପଞ୍ଚ ସୌଦାମିନି ମେହେର ତାଙ୍କର ସ୍ବାମୀ ରମେଶ ମେହେର ୧୧ ହଜାର ଟଙ୍କାର ଚେକ୍ ପ୍ରଦାନ ଓ ପଦ୍ମପୁର ସହର ଜଣାଶୁଣା ଓକିଲ ଅଜିତ କୁମାର ଶତପଥୀ ତାଙ୍କର ସହ ଧର୍ମିଣୀ ସଂଘମିତ୍ରା ଶତପଥୀ ୧୧ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିକୁ ପଦ୍ମପୁର ବିଧାୟକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି  । ବିଭିନ୍ନ ଅନୁଷ୍ଠାନ ଏବଂ ବ୍ଯକ୍ତି ବିଶେଷଙ୍କ ଏହି ଭଳି କାର୍ଯ୍ୟକୁ ଉପ ଜିଲ୍ଲାପାଳ ପ୍ରଶଂସା କରିବା ସହିତ ସମସ୍ତଙ୍କୁ  କୃତଜ୍ଞତା ଜଣାଇଛନ୍ତି   ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.