ମାଲକାନଗିରି ଜିଲ୍ଲାରେ କିଡିନ୍ ରୋଗର ଆତଙ୍କ;୬ ରୋଗୀ ମୃତ୍ଯୁ , ୨୦ ବ୍ଯକ୍ତି ଆକ୍ରାନ୍ତ ।

0 239

ମାଲକାନଗିରି,୦୫/୦୧(ପିପିଟି):ମାଲକାନଗିରି ଜିଲ୍ଲା ଗୋରାଖୁଣ୍ଟା ପଞ୍ଚାୟତ ସ୍ଥିତ ପାନାରା ଗୁଡା ଓ ଏମପିଭି-୨ ଗ୍ରାମରେ କିଡିନ୍ ରୋଗର ଆତଙ୍କ ଦେଖା ଦେଇଥିବା ବେଳେ ବର୍ଷକ ମଧ୍ଯରେ ୬ଜଣ କିଡିନ୍ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ଏହି ଦୁଇ ଗ୍ରାମରେ ୨୦ ରୁ ଉର୍ଦ୍ଧ୍ବବ୍ଯକ୍ତି କିଡିନ୍ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ ସଂଗ୍ରାମ କରୁଥିବା ଜଣାପଡିଛି । ମାଲକାନଗିରି ସ୍ବାସ୍ଥ୍ଯ ବିଭାଗ ଖବର ପାଇଲା ପରେ ଘଟଣା ସ୍ଥଳରେ ଏକ ଡାକ୍ତର ଦଳ ପଞ୍ଚିଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାର ଗୋରାଖୁଣ୍ଟା ପଞ୍ଚାୟର ପାନାରା ଗୁଡା ଓ ଏମପିଭି-୨ ଗାଁରେ ଷ୍ପଷ୍ଟ ଜଣାପଡୁଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ଏହି ଦୁଇଟି ଗାଁରେ କିଡିନ୍ ରୋଗୀଙ୍କ ସଂଖ୍ୟା ବଢିବା ସହ କିଛି କିଡିନ୍ ରୋଗୀଙ୍କର ମୃତ୍ୟୁ ହୋଇଛି । ପନାରା ଗୁଡା ଗ୍ରାମରେ ବର୍ଷକ ମଧ୍ଯରେ ୩ ଜଣ କଡିନ୍ ରୋଗରେ ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧ ତାରିଖରେ ମାଲକାନଗିର. ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଜଗା ମଡକାମି ଙ୍କର ମୃତୁ ହୋଇଥିଲା । ବର୍ତ୍ତମାନ ସେହି ଗ୍ରାମରେ ୧୦ ରୁ ଉର୍ଦ୍ଧ୍ବ ଲୋକ କିଡିନ୍ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ସେହିଭଳି ପାନାରା ଗୁଡା ଗାଁ ନିକଟରେ ଥିବା ଏମପିଭି-୨ ଗାଁର ବର୍ଷକ ମଧ୍ଯରେ ୩ ଜଣ କିଡିନ୍ ରୋଗରେ ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଉର୍ଦ୍ଧ୍ବ ଲୋକ କିଡିନ୍ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାଇ ପିଇବା ପାଣିରେ ସମସ୍ୟା ଥିବାଯୋଗୁଁ ଏଭଳି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ପାନାରା ଗୁଡା ଗ୍ରାମରେ ୧୦ଟି ନଳକୂପ ରହିଥିବା ବେଳେ ଗୋଟିଏ ମଧ୍ଯ ନଳକୂପ ଜଳ ପାନୀୟ ଉପଯୋଗି ନୁହେଁ । ସ୍କୁଲ୍ ଓ ଅଙ୍ଗନୱାଡି କେନ୍ଦ୍ରରେ ଥିବା ନଳକୂପରୁ ଲୁହା ଗୁଣ୍ଡ ମିଶ୍ରିତ ଜଳ ବାହାରୁଥିବା ଗ୍ରାମବାସୀମାନେ କହିଛନ୍ତି । ସେହିଭଳି ଏମପିଭି-୨ ଗ୍ରାମରେ ୧୪ଟି ନଳକୂପ ରହିଥିବା ବେଳେ ଏହି ସବୁ ନଳକୂପ ପାଣିରେ ଆଇରନ୍ ମାତ୍ରା ଅଧିକ ଥିବାରୁ ଏହି ଜଳକୁ ପାନକରି ଗାଁ ଲୋକମାନେ କିଡିନ୍ ରୋଗରେ ଆକ୍ରାନ୍ତ ହଉଥିବା ଗ୍ରାମବାସୀମାନେ କହିଛନ୍ତି । ବର୍ତ୍ତମାନ ଉକ୍ତ ଗ୍ରାମରେ ଡାକ୍ତର ମାନେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା କାର୍ଯ୍ଯ ଆରମ୍ଭ କରିଛନ୍ତି । ସଙ୍କଟାପନ୍ନ ରୋଗୀମାନଙ୍କୁ ହସପିଟାଲ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ନଳକୂପରୁ ପାଣି ବାହାର କରାଯାଇ ପରୀକ୍ଷା କରିବା ପାଇଁ ନମୁନା ସଂଗ୍ରହ କରାଯାଇଛି । ଅନ୍ଧବିଶ୍ୱାସର ଶିକାର ହୋଇ କିଛି ନିରିହ ଆଦିବାସୀ ରୋଗୀ ଗୁଣିଆର ଆଶ୍ରୟ ନେଉଥିବା ବେଳେ ହସପିଟାଲକୁ ଯାଇ ଚିକିତ୍ସା ହେବା ପାଇଁ ଅନିଛା ପ୍ରକାଶ କରୁଥିବା ଜଣାପଡିଛି । ଏହି ଗାଁରେ ପିଇବା ପାଣିର ସମସ୍ୟା ରହିଥିବା ବେଳ ଲୋକମାନେ ଅପମିଶ୍ରିତ ମଦ୍ୟପାନ କରିବା ସହ ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ନ ନେଇ ଗୁଣିଆ ଏବଂ ଗାଁ କ୍ବାକ୍ କୁ ଦେଖାଇ ସ୍ବାସ୍ଥ୍ଯ ସମସ୍ଯାକୁ ଅଧିକୁ ଅଧିକ ଜଟିଳ ପରିସ୍ଥିତି ଆଡକୁ ଟାଣି ହେଉଥିବା ଡାକ୍ତରମାନେ କହିଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ଜନ ସଚେତନତା କରାଯିବ ବୋଲି ଡାକ୍ତର ଦୁର୍ଗାପ୍ରସାଦ ରାଜ୍ ପ୍ରକାଶ କରିଛନ୍ତ । ଗୋରାକୁଣ୍ଟା ପଞ୍ଚାୟତରେ ୩୦ ରୁ ଉର୍ଦ୍ଧ୍ବ କିଡିନ୍ ରୋଗରେ ଆକ୍ରାନ୍ତ ରୋଗୀ ରହିଥିବା ବେଳେ ସ୍ଥାନୀୟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.