ମାଲକାନଗିରି,୧୬/୦୫(ପିପିଟି) :ମାଲକାନଗିରି ସଦର ମହକୁମାରେ ପ୍ରତିଦିନ ବିଜୁଳି ବିଭ୍ରାଟ ଦେଖିବାକୁ ମିଳୁଛି। ଲୋକମାନେ ଠିକ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ହେଲେ ବିଦ୍ୟୁତ୍ କର୍ମଚାରୀମାନଙ୍କ ଉପରେ ଅଙ୍କୁଶ ଲାଗୁ ନାହିଁ। ଯେଉଁମାନ ଘରେ ଇନଭଟର ଅଛି, ସେମାନଙ୍କର
ବିଦ୍ୟୁତ୍ ବିଚ୍ୟୁତ ହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ଯେଉଁମାନଙ୍କ ଘରେ ଏହି ସୁବିଧା ନାହିଁ, କେତେ ଯେ କଷ୍ଟ ଭୋଗୁଛନ୍ତି, ନ କହିଲେ ଭଲ ।
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।ତାପ ମାତ୍ର ବୃଦ୍ଧି ସହିତ ବର୍ଷା ନ ହେବା ଯୋଗୁ ବାୟୁ ମଣ୍ଡଳ ଦିନ ରାତି ଉତ୍ତପ୍ତ ରହୁଛି। ଛୋଟ ପିଲା, ବୁଢ଼ାବୁଢି, ଗର୍ଭବତୀ ମହିଳା, ରୋଗୀମାନଙ୍କୁ ଏହି ଗ୍ରୀଷ୍ମ ପ୍ରବାହ ଅଧିକ
ଯାତନା ଦେଉଛି। ଏଭଳି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ୍ ବିଛିନ୍ନ ଜନଧାରଣଙ୍କ ଜୀଇଁବାର ମାନଦଣ୍ଡ ଦୋହଲାଇ ଦେଉଛି।ଅନ୍ଯ ପକ୍ଷରେ ଟାଟା କମ୍ପାନୀ ଘରେ ଘରେ ସ୍ମାର୍ଟ ମିଟର ଲଗାଇ
ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ବେଳେ କୌଣସି କାରଣରୁ ବକେୟା ବିଲ୍ ପୈଠରେ ବିଳମ୍ବ ହେଲେ ବିଦ୍ୟୁତ୍ ବିଛିନ୍ନ କରିବାକୁ ବିଦ୍ୟୁତ୍ ବିଭାଗ ତତ୍ପରତା ଦେଖାଇବାରେ ପଶ୍ଚାତ ପଦ ହେଉ ନାହିଁ। ଅଭିଯୋଗ ଶୁଣିବାକୁ ମାଲକାନଗିରି ବାଦ୍ଯୁତ କର୍ମଚାରୀମାନ ସମୟ ନାହିଁ। ତଳୁ ଉପରେ ସବୁ କର୍ମଚାରୀ ଭିଆଇପି। ଜିଲ୍ଲା ପ୍ରଶାସନ ମଧ୍ୟ ଏଥି ପ୍ରତି ତାଗିଦ୍ କରିବାର ନାହିଁ। ଏଣୁ ବିଦ୍ୟୁତ୍ କର୍ମଚାରୀମାନେ ଉପଭୋକ୍ତାମାନଙ୍କୁ ଉପଯୁକ୍ତ ବିଦ୍ୟୁତ୍ ସେବା ଯୋଗାଇବାରେ ଆନ୍ତରିକତା ନାହିଁ। ଏଥି ପ୍ରତି ସ୍ଥାନୀୟ ନେତା ମଧ୍ୟ ନିରବ। ବିରୋଧୀ ଦଳର ଆନ୍ଦୋଳନ ନାହିଁ। ପବ୍ଲିକ ନିରୁପାୟ।ଆଉ ଜିଲ୍ଲା ପ୍ରଶାସନ ସ୍ଥାଣୁ । ଜିଲ୍ଲାକୁ କେବଳ ଭଗବାନ ଭରସା।କାଳ ବୈଶାଖୀ ହେଲେ ବିଦ୍ୟୁତ୍ ବିଛିନ୍ନ କରିବା ପାଇଁ ଅନ୍ଯ ଏକ ବାହାନା ବିଦ୍ୟୁତ୍ କର୍ମଚାରୀମାନଙ୍କୁ ମିଳିଥାଏ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କଟା ଗଲେ ଫୋନ୍ କଲେ ମଧ୍ୟ ଏହାର ଜବାବ ମିଳି ନଥାଏ। ଟିପି ସାଉଥର୍ନ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ ଉପଭୋକ୍ତା ଙ୍କ ମୋବାଇଲକୁ ବାରମ୍ବାର ବିଲ୍ ପୈଠ ପାଇଁ ମେସେଜ ପଠାଇବାକୁ ତତ୍ପରେ, ସେମିତି ସେବା ଯୋଗାଇବାକୁ କାହିଁକି ତତ୍ପରତା ଦେଖାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାତିରେ ବିଦ୍ୟୁତ୍ କଟି ଗଲେ ଅସହ୍ୟ ଗୁଳୁଗୁଳି ଜନ ଜୀବନକୁ ଯେମିତି କଷ୍ଟପ୍ରଦ ହେଉଛି, ସେମିତି ମଶା କାମୁଡା
କଟା ଘା’ ରେ ଚୂନ ବୋଳିଲା ପରି ଯନ୍ତ୍ରଣା ଦାୟକ ହେଉଛି। ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରରୁ
ବିଦ୍ୟୁତ୍ ଉତ୍ପାଦନ ହେଉଥିଲେ ମଧ୍ୟ ମାଲକାନଗିରି ବାସୀଙ୍କ ପାଇଁ ଯେତିକି ଆବଶ୍ୟକ ୨୪ ଘଣ୍ଟା ବିଦ୍ୟୁତ୍ ସେବା ଯୋଗାଇବାରେ ଟାଟା କମ୍ପାନୀ ସେତିକି ଯତ୍ନବାନ ହେଉନଥିବା
ଅଭିଯୋଗ ହେଉଛି। ଏଥି ପ୍ରତି ଉଚ୍ଚ କତ୍ତୃପକ୍ଷ ଗୁରୁତ୍ବ ଦେବା ଉଚିତ୍।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି )