ମାମୁଁ ଆକ୍ରମଣରେ ଭଣଜାର ମୃତ୍ୟୁ ।

0 537

ଭଞ୍ଜନଗର,୩୦/୦୬(ପିପିଟି); ଗାଙ୍ଗପୁର ଥାନା ବିଞ୍ଜିଗିରି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଆମ୍ବବାଲି ଗ୍ରାମର କୃତିବାସ ଗୌଡ଼ (ପିଣ୍ଟୁ) ଡ୍ରାଇଭର ଭାବେ କାର୍ଯ୍ୟ କରେ।ଗତ ରାତିରେ ତାର ମାମୁଁ ଗୋପାଳ ଗୌଡ଼ ପିଣ୍ଟୁକୁ ଫୋନ କରି ନିଜ ଗ୍ରାମ ବିଞ୍ଜିଗିରି କୁ ଡାକିଥିଲେ। ସେଠାରେ ଭଣଜା ପହଞ୍ଚିବା ପରେ କୌଣସି କାରଣକୁ ନେଇ ମାମୁଁ ଓ ଭଣଜା ମଧ୍ୟରେ ଯୁକ୍ତିତର୍କ ହେବାରୁ ମାମୁଁ ଉତ୍ତେଜିତ ହୋଇ ନିଜ ସହଯୋଗୀ ମାନଙ୍କ ସହ ମିଶି ପିଣ୍ଟୁକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏସମ୍ପର୍କରେ ଖବର ପାଇ ପିଣ୍ଟୁର ବଡଭାଇ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ପିଣ୍ଟୁକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଗାଙ୍ଗପୁର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଚଳେଇଥିବା ଜଣାପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.