ମାନବ ସେବା ହିଁ ମାଧବ ସେବା ।

0 234

ପଦ୍ମପୁର,୦୮/୦୭(ପିପିଟି);କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ପ୍ରସାଶନ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି । ସେବା ମନୋଭାବ ନେଇ କାମ କରିଥିବା ଆଉ ଜଣେ ମହିଳା ସରପଞ୍ଚ ଧନମତି ପାଣ୍ତେ। ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ବ୍ଲକ ଝାରବନ୍ଧ ଗ୍ରା.ପ.ସରପଞ୍ଚ । ନିଜର ୱାର୍ଡ ସଭ୍ୟ,ସ୍ବେଚ୍ଛା ସେବୀ,ନୋଡାଲ ଅଫିସର ,କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣଙ୍କ  ଅକୁଣ୍ଠ ସହଯୋଗରେ ଅସ୍ଥାୟୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଥିବା ପ୍ରବାସୀମାନେ ସଂଗରୋଧ ଭୁଲି ଯାଇଥିଲେ। ଯେଉଁମାନଙ୍କ ଆପ୍ରାଣ ଚେଷ୍ଟାରେ ସଫଳତା ପାଇ ପାରିଛନ୍ତି, ସେମାନଙ୍କୁ ପ୍ରସଂଶା ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।ଉତ୍ସବରେ ସରପଞ୍ଚ ଧନମତି ପାଣ୍ତେ ଅଧ୍ୟକ୍ଷତା କରିଥିଲେ। ନାଏବ ସରପଂଚ ପରେଶ ସେଠ,ୱାର୍ଡ ସଭ୍ୟା ଦୁଲ୍ଲଭି ଭୁଏ,ଅବସର ପ୍ରାପ୍ତ ଶିକ୍ଷକ ଜଗଦୀଶ ସାହୁ ମଞ୍ଚାସୀନ ଅତିଥି ଥିଲେ।କୋଭିଡ୍ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଷେଇ କରୁଥିବା ଶ୍ରୀବତ୍ସ ପୋଢ, ସୁଶାନ୍ତ ପଟେଲ, ସ୍ବେଚ୍ଛା ସେବୀ କୁମାର ଗୌରବ ବେହେରା, ଶିକ୍ଷକ ଦିବ୍ୟ କିଶୋର ପାଣ୍ତେ,ବିରଞ୍ଚି  ସିଦାର,ନୋଡାଲ ଅଫିସର ସତ୍ୟାନନ୍ଦ ହାତୀ,ଆନନ୍ଦ ବାଗ,ମକୁନ୍ଦ ପାଣ୍ତେ, ସୁମନ୍ତ ବାଗ,ହେମସାଗର ଠାକୁର,ରାକେଶ ଅଗ୍ରୱାଲ,ମିଲନ ପାଣ୍ତେଙ୍କୁ  ସମ୍ମାନିତ କରାଯାଇଥିଲା। ସରପଞ୍ଚଙ୍କ ଏପରି କାର୍ଯ୍ୟ କଳାପକୁ ବିଭିନ୍ନ ମହଳରେ ପ୍ରସଂଶା କରୁଛନ୍ତି ।
ରିପୋର୍ଟ – ନିରଂଜନ ତ୍ରିପାଠୀ ।

Leave A Reply

Your email address will not be published.