ମାତୃଭୂମି ସେବା ସଂଗଠନ ତରଫରୁ ସଚେତନା ଓ କୋଟଗଡ ଗାଁକୁ ସାନିଟାଇଜ କଲେ ।

0 303

ବୋଲଗଡ଼,୨୭/୦୭(ପିପିଟି);ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ କୋଟଗଡ ଗ୍ରାମର ଏଠାକାର କିଛି ସ୍ଥାନୀୟ ଲୋକମାନେ କହିବା ଅନୁଯାଇ ଏହି ଉକ୍ତ ଗ୍ରାମର ଏକ ଜୈନିକ ମହିଳା ବ୍ୟକ୍ତିଙ୍କ ଠାରୁ କରୋନା ପଜିଟିଭ ଥିବା ଜଣା ପଡିବା ଖବର ପାଇଥିଲେ । ପରେ ଗତ କିଛି ଦିନ ହେବ ଏହି ଗାଁ ଲୋକେ ଭୟଭିତ ଥିବାବେଳେ ଏହି ପଞ୍ଚାୟତର ସରପଞ୍ଚ କି ପ୍ରଶାସନ ଏହି ଗ୍ରାମକୁ ସଚେତନତା ନକରେଇବା ସହ ସାନିଟାଇଜ ମଧ୍ୟ୍ୟ କରିନଥିଲେ । ତାହା ଆଜି ଖବର ପାଇ ରାଜସୁନାଖଳା ମାତୃ ଭୂମି ସେବା ସଂଗଠନ ତରଫରୁ କାର୍ଗିଲ ବିଜୟ ଦିବସ ପାଇଁ ମାକ୍ସ ବଣ୍ଟନ ସହ ପ୍ରତେକ ଘର, ମନ୍ଦିର, ଆଦିବାସୀ ସ୍କୁଲ, ଡ୍ରେନ, ପାଣି ଟ୍ୟାପ ସ୍ଥଳ, ଅଙ୍ଗନବାଡି କେନ୍ଦ୍ର ଆଦି ଗାଁର ପ୍ରମୁଖ ବସଷ୍ଟlଣ୍ଡ ଆଦିକୁ ସାନିଟାଇଯେସନ କରାଇଥିଲେ ।ମାତୃଭୂମି ସେବା ସଂଗଠନରସେବକ -ଚିରଞ୍ଜନ ପ୍ରଧାନ, ସରୋଜ ମହାପତ୍ର, ଜୟନ୍ତ ବିଶ୍ୱାଳ, ଶ୍ରୀନିବାସ ବେହେରା, ଯଦୁନାଥ ସାମନ୍ତରାୟ, ମନୋଜ ମହାପାତ୍ର, ପ୍ରଭାତ ସେଠି । କିଭଳି ଭାବରେ କରୋନା ଠୁ ଦୁରେଇ ରହିବେ ବୋଲି ସଚେତନତା ମଧ୍ୟ୍ୟ କରାଇଛନ୍ତି । ଏହା ଫଳରେ ଗାଁ ଲୋକେ ଏହି ସେବା ସଂଗଠନକୁ ଧନ୍ୟବାଦ ଦେବା ସହିତ ସେମାନେ ସେବା କାର୍ଯ୍ୟକୁ ଗ୍ରାମବାସୀ ମାନେ ଖୁସି ଅନୁଭବ କରିଥିଲେ ।

ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.