ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ।

0 255

ପୋଲସରା,୧୫/୧୦(ପିପିଟି):ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଓ ଓଁ ଚାରିଟେବୁଲ ଟ୍ରଷ୍ଟ ପୋଲସରା ଏବଂ ଓଡ଼ିଶାର ସର୍ବାବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ସ୍ଥାନ- ଢୁଙ୍କାପଡା ଗ୍ରାମ ପଞ୍ଚାୟତ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଆଜି ୧୫ ଅକ୍ଟୋବର ୨୦୨୩ ରବିବାରଦିନ ସକାଳ ୯.୦୦ ଘଂଟିକା ଠାରୁ ଅପରାହ୍ନ ୧୨.୩୦ ଘଂଟିକା ପର୍ଯ୍ୟନ୍ତ ଆୟୋଜନ କରାଯାଇଅଛି. ଉକ୍ତ ଶିବିରକୁ ଶ୍ରୀଯୁକ୍ତ ସିଲୁ ଦଳାଇ,ସରପଞ୍ଚ ଢୁଙ୍କାପଡା ଗ୍ରାମ ପଞ୍ଚାୟତ, ଶ୍ରୀ ସନ୍ତୋଷ କୁମାର ଜେନା ସମାଜସେବୀ, ଶ୍ରୀ ଦେବେଶ କୁମାର ସାହୁ ( ପ୍ରତିଷ୍ଠାତା,ଓଁ ଚାରିଟେବୁଲ ଟ୍ରଷ୍ଟ ପୋଲସରା), ଶ୍ରୀମତି ସିଫାନି ସାହୁ ( ଓଁ ଚାରିଟେବୁଲ ଟ୍ରଷ୍ଟ ପୋଲସରା) ଓ ଢୁଙ୍କାପଡା ଗ୍ରାମ ପଞ୍ଚାୟତ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ ଓ ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୭୮ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୧୦ ଙ୍କୁ ଚସମା ଦିଆ ଗଲା, ମୋଟ ୨୩ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୨୩ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଯିବେ. ମୋଟ ୨୧ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଗଲା ଓ ଫୋଟ ସଙ୍ଗ୍ରହ କରଗଲା. ୯ ଜଣ ଙ୍କର ରେଟିନା ଚେକ ଅପ କରଗଲା.

*__ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍*_ ଶ୍ରୀଯୁକ୍ତ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ମିସ ଦୀପିକା ରାଉତ, ମିସ ପାର୍ବତୀ ସ୍ୱାଇଁ (ଚିଫ ଅପଟୋମେଟ୍ରିଷ୍ଟ),ମିସ୍ ମମତା ପ୍ରଧାନ, ମିସ ଭାଗ୍ୟଶ୍ରୀ, ମିସ ସୁନିତା ଗୌଡ଼ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି, ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଶିବିର କୁ ପରିଚାଳନା କରିଥିଲେ।

ଯୋଗାଯାଗ –
ଶ୍ରୀ ନଳିନୀ କାନ୍ତ ରାଉତ ( କ୍ୟାମ୍ପ ମ୍ୟାନେଜର )
ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ
ମୋବାଇଲ- ୭୦୦୮୪୭୮୭୯୦ , ୭୩୨୮୮୧୮୬୬୪ (ଅଫିସ)

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.