ଆସ୍କା,୦୬/୦୯(ପିପିଟି): ସମାଜରେ ବିଧବା ମହିଳା ମାନେ ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ସେମାନଙ୍କ ଉନ୍ନତି ସକାଶେ ସମଗ୍ର ଦେଶରେ ମହିଳା ଶକ୍ତି ସେବା ଟ୍ରଷ୍ଟ ଆଗେଇ ଆସିଛି। ଗଞ୍ଜାମ ଜିଲ୍ଲା ଆସ୍କା ନିକଟ କରଞ୍ଜେଇ ପୀଠରେ ମହିଳା ଶକ୍ତି ସେବା ଟ୍ରଷ୍ଟର ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆସ୍କା ବ୍ଲକ ଓ ଏନ୍ଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ମୁଖ୍ୟଅତିଥି ଭାବେ ମହିଳା ଶକ୍ତି ରାଜ୍ୟ ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଡ଼. ରାମକୃଷ୍ଣ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଗୋପାଳ ଚନ୍ଦ୍ର ମିଶ୍ର,ଗଞ୍ଜମ ଜିଲ୍ଲା ଅଧ୍ୟକ୍ଷା ବନ୍ଦିତା ଦେବୀ, ଉପ ସଭାପତି ସୁନିତା ପଟ୍ଟନାୟକ, ଯୁବ ଅଧ୍ୟକ୍ଷା ସଙ୍ଗିତା ମୁନୀ ଯୋଗ ଦେଇଥିଲେ। ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ବିଭିନ୍ନ ଯୋଜନା ଓ କର୍ମକର୍ତ୍ତାଙ୍କର ଦାୟୀତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।କିଭଳି ପଞ୍ଚାୟତ ଓ ୱାର୍ଡ ସ୍ତରରେ ସଠିକ କର୍ମକର୍ତ୍ତା ଚୟନ ଓ ସେମାନଙ୍କର ନିଷ୍ଠା ଓ ସେବାକାର୍ଯ୍ୟ ସମ୍ପର୍କରେ ଅତିଥିମାନେ ମତ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିଶ୍ର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜମ ଜିଲ୍ଲାରେ ମହିଳା ଶକ୍ତିର କାର୍ଯ୍ୟକ୍ରମ ବେଶ ପ୍ରଭାବଶାଳୀ ବୋଲି କହିବା ସହ ଜିଲ୍ଲାର କର୍ମକର୍ତ୍ତା ମାନଙ୍କୁ ବେଶ ପ୍ରଶଂସା କରିଥିଲେ।ବିଧବା ମହିଳାଙ୍କ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ଆସ୍କା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢୀ, ଦିଲିପ କୁମାର ସାହୁ,ଅଧ୍ୟକ୍ଷା ସ୍ୱପ୍ନା କୁମ୍ଭାରୀ ଲେଙ୍କା, କୁନି ବାରିକ କହିଥିଲେ।ଶେଷରେ ବିଭୂପାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।କଣ୍ଠଶିଳ୍ପୀ ରବି ଗୌଡ଼ ପ୍ରାରମ୍ଭିକ ଓ ଶେଷରେ ଭଜନ ପରିବେଷଣ କରିଥିଲେ। ଏଥିରେ ଆସ୍କା ଅଞ୍ଚଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।