ପ୍ରତିଶୃତି ଦେଲେ ବିଧାୟକ; ଧନ୍ୟବାଦ ଜଣାଇଲେ ଶ୍ରମିକ ।

0 604

ପୋଲସରା,୦୫/୦୯(ପିପିଟି);ବହୁ ଦିନରୁ ଅବହେଳିତ ହୋଇ ରହିଥିବା ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳ ସ୍ଥିତ ଶ୍ରୀ ଶ୍ରୀ ଲଂଗଲେଶ୍ୱର ଶ୍ରମିକ ସଂଘର ସଦସ୍ୟ ମାନଙ୍କର ବିଭିନ୍ନ ସମସ୍ୟା ଯଥା ସେମାନଙ୍କ ଘର,ବୀମା, ପଞ୍ଜିକରଣ ସହିତ ବିଭିନ୍ନ ସମସ୍ୟାକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଶ୍ରମିକ ମାନେ ଜଣାଇଥିଲେ ସବୁ ସମସ୍ୟାକୁ ଗୁରୁତର ଭାବେ ଶୁଣି ଶେଷରେ ମାନ୍ୟବର ବିଧାୟକ ଶ୍ରମିକ ମାନଙ୍କୁ ସମାଧାନ ପାଇଁ ପ୍ରତିଶୃତି ଦେଲେ ଓ ଯଥା ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଏହି ଆଲୋଚନା ବୈଠକରେ ସଂଘର ସଭାପତି ସ୍ବପ୍ନେଶ୍ୱର ପାତ୍ର, ସମ୍ପାଦକ ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା, ଉପଦେଷ୍ଟା ମୋଚିରାମ ସାହୁ, ଉପସଭାପତି ରଞ୍ଜିତ ସାହୁ, ସନ୍ତୋଷ ପଣ୍ଡା,ସହ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସଂଘ ସମ୍ପାଦକ ସନ୍ତୋଷ ବେହେରା, ସମସ୍ତ ଶ୍ରମିକ, ବିଜୁ ପରିବାର କିଛି ଆଗଧାଡ଼ିର କର୍ମକର୍ତ୍ତା ଓ ଶ୍ରୀକାନ୍ତ ସେନାର କିଛି ସୈନିକ ଉପସ୍ଥିତ ଥିଲେ । ଶେଷରେ ଶ୍ରମିକମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.