ମନରେଗା ଶ୍ରମିକଙ୍କୁ କରୋନା ସମ୍ପର୍କରେ ସଚେତନ କଲେ ଏପିଓ ।

0 158

ଉଲୁଣ୍ଡା,(ପିପିଟି)୩୦/୦୪ – ବର୍ତ୍ତମାନ ସାରାଦେଶରେ ଲାକଡାଉନ ଯୋଗୁଁ ସାଧାରଣ ଜୀବନଯାତ୍ରା ଅଚଳ ହୋଇଯାଇଛି ସତ ହେଲେ ମନରେଗା ଶ୍ରମିକଙ୍କ ପେଟପାଟଣାକୁ ଦୃଷ୍ଟିରେ ରଖି ସରକାର ନିୟମକୁ କୋହଳ କରିଥିବାରୁ ଏବେ ମନରେଗା ଶ୍ରମିକମାନେ ଜୀବନ ଜୀବିକାକୁ ତ୍ୱରାନ୍ବିତ କରିବାପାଇଁ ଆଗଭର ହୋଇପଡିଛନ୍ତି ।ଏଥିପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ପ୍ରଶାସନ ତରଫରୁ କରୋନା ସଚେତନତା କରାଯାଇଛି ।ଆଜି ବ୍ଲକର ହିଲୁଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା କାର୍ଯ୍ୟକୁ ତଦାରଖ କରିବାକୁ ଯାଇ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସମିତ ମହାକୁର ଶ୍ରମିକମାନଙ୍କୁ କରୋନା ଭୁତାଣୁ କୁ କିପରି ପ୍ରତିହତ  କରାଯାଇପାରିବ ସେ ସମ୍ପର୍କରେ ବୁଝାଇଥିଲେ ।ସରକାରଙ୍କ ପରାମର୍ଶକୁ ମାନି ନିଜ ଗାଁ ପାଖରେ ମନରେଗା ଯୋଜନାରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ବାହାର ରାଜ୍ୟକୁ ଦାଦନ ଖଟି ନ ଜୀବାକୁ ବୁଝାଇବା ସହ ଶପଥ ପାଠ ମଧ୍ୟ କରାଇଥିଲେ ।ମନରେଗା ଶ୍ରମିକମାନେ ଯେମିତି ମାକ୍ସ ପରିଧାନ କରିବେ,ସାବୁନରେ ହାତ ଧୋଇ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବେ ସେ ସମ୍ପର୍କରେ ବୁଝାଇଥିଲେ ।ଏହା ସହ ଶ୍ରମିକ ମାନଙ୍କ ମାକ୍ସ, ସାବୁନ,ସାନିଟାଇଜର ଆଦି ସାମଗ୍ରୀ ମାଗଣାରେ ବଣ୍ଟନ କରାଯାଇଥିଲା ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.