ମନରେଗା କାର୍ଯ୍ୟରେ ମଣିଷ ବଦଳରେ ମେସିନ୍ !

0 1,587

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୨୫/୦୪- କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଶ୍ରମିକ ମାନେ କାର୍ଯ୍ୟକରି ଉପଯୁକ୍ତ ମଜୁରୀ ପାଇବା ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ।ରାଜ୍ୟ ସରକାର ମଧ୍ୟ ଶ୍ରମିକ ମାନଙ୍କୁ ଗୁରୁତ୍ୱ ଦେଇ କରୋନା ସମୟରେ ମନରେଗା କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମଣିଷ ବଦଳରେ ମେସିନ୍ ଲଗାଇବା ଘଟଣା  ଆଜି ନଜରକୁ ଆସିଛି । ମେସିନ୍ କାର୍ଯ୍ୟ କରୁଥିବାର ଫଟୋ ଓ ଭିଡିଓ ଅମର ହସ୍ତଗତ ହୋଇଛି । ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଥିବା ଘଟଣାକୁ ସାଧାରଣରେ ନାପସନ୍ଦ କରୁଥିଲେ ମଧ୍ୟ ରାଜନୈତିକ ପ୍ରଭାବ ଯୋଗୁଁ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ଏହି ଭଳି ବେଆଇନ କାର୍ଯ୍ୟ କରିବା ପାଇଁ କିଏ ଅନୁମତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ । ଏହାର ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.